ସଙ୍ଗୀତକାର ସୁମନ୍ତ ମହାନ୍ତି ହତ୍ୟାକାଣ୍ଡର ପଞ୍ଚମ ଅଭିଯୁକ୍ତ ବିକ୍ରମାଦିତ୍ୟ ଜେନାକୁ ଗିରଫ କରିଛି ପୋଲିସ କମିଶନର । 2008ରେ ଏହି ହତ୍ୟାକାଣ୍ଡ ଘଟିଥିଲା ଏବଂ କାର୍ ଭିତରୁ ସୁମନ୍ତଙ୍କ ମୃତଦେହ ମିଳିଥିଲା । ତେବେ ସୁମନ୍ତଙ୍କ ହତ୍ୟାକାଣ୍ଡ ଘଟଣାରେ ସେତେବେଳେ ଚାରିଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ପଞ୍ଚମ ଅଭିଯୁକ୍ତ ବିକ୍ରମାଦିତ୍ୟ ଜେନା ଫେରାର ହୋଇଯାଇଥିଲା । ଘଟଣାର ବାରବର୍ଷ ପରେ ପୋଲିସ କମିଶନର ଫେରାର ଆସାମୀକୁ ଧରିବାରେ ସଫଳ ହୋଇଛି । ହତ୍ୟାକାଣ୍ଡ ପରେ ଫେରାର ବିକ୍ରମାଦିତ୍ୟ ପୁନେରେ ରହୁଥିଲା ଏବଂ ପୁନେରୁ ଘର ଲୋକଙ୍କ ସହ ଯୋଗାଯୋଗରେ ଥିଲା । ପୁନେରେ ଜିମ୍ ଟ୍ରେନର୍ ଭାବେ କାର୍ଯ୍ୟ କରୁଥିବା ବିକ୍ରମାଦିତ୍ୟକୁ ସ୍ପେସାଲ ସ୍କ୍ବାର୍ଡ୍ ପୁନେରୁ ଗିରଫ କରିଥିବା ପୋଲିସ କମିଶନର କହିଛନ୍ତି । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପଢୁଥିବା ବେଳେ ଉଭୟ ସୁମନ୍ତ ଓ ବିକ୍ରମାଦିତ୍ୟଙ୍କ ଭିତରେ ଶତ୍ରୁତା ଆରମ୍ଭ ହୋଇଥିଲା । ଏପରିକି ସୁମନ୍ତଙ୍କ ଅଭିଯୋଗକ୍ରମେ ବିକ୍ରମାଦିତ୍ୟଙ୍କୁ କଲେଜରୁ ବହିଷ୍କୃତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here