ବିଧାନସଭା ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ । ଆଜି ବିଧାନସଭାରେ ବିଜେଡି ବିଧାୟକମାନେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ନିନ୍ଦା କରିବା ସହ ସେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । ବିଜେଡି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ବିଜେପି ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି କରି ଗୃହରେ ହଟ୍ଟଗୋଳ କରିଥିଲେ । ଗୃହରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ଗୃହର ଗାରିମା ନଷ୍ଟ କରିଛି ବୋଲି ସେମାନେ କହିଥିଲେ । ଅନ୍ୟପକ୍ଷରେ ବିଜେପି ବିଧାୟକମାନେ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି କହିବା ସହ ମଣ୍ଡିରୁ ଚାଷୀଙ୍କ ଧାନ ନ ଉଠିବା ଯାଏଁ ଗୃହ ଚଳାଇ ଦିଆଯିବନାହିଁ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଶୁକ୍ରବାର ଦିନ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ ବିଧାୟକମାନେ ତାଙ୍କ ହାତରୁ ସାନିଟାଇଜର ଛଡାଇ ଆଣିଥିଲେ ।

LEAVE A REPLY

Please enter your comment!
Please enter your name here