ମହାନଦୀରେ ଟଳିଲା ବନ୍ୟା ଆଶଙ୍କା । ମହାନଦୀରେ ଜଳସ୍ତର କମିବା ପରେ ମଧ୍ୟମଧରଣର ବନ୍ୟା ଆଶଙ୍କା ଟଳିଛି । କେବଳ ଛୋଟରୁ ସାମାନ୍ୟ ଧରଣର ବନ୍ୟା ହୋଇପାରେ । ହେଲେ ଏଥିରେ କୌଣସି ବିପଦ ନଥିବା କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ । ମୁଣ୍ଡୁଳୀରେ ଏବେ ୬ ଲକ୍ଷ କ୍ୟୁସେକ ଜଳ, ନିଷ୍କାସିତ ହୋଇଛି । ଗତ ୩ରୁ ୪ ଘଣ୍ଟା ଧରି ଏପରି ସ୍ଥିତିି ଲାଗି ରହିଛି । ତେଣୁ ହୀରାକୁଦରେ ଗତକାଲି ଅପେକ୍ଷା ଆଜି କମ ଗେଟ୍ ଖୋଲିଛି । ସେହିପରି ବ୍ରାହ୍ମଣୀ , ବୈତରଣୀ ଏବଂ ସୁବର୍ଣ୍ଣରେଖାରେ ବି ଜଳସ୍ତର କମୁଥିବାର ସୂଚନା ମିଳିଛି । ଯାଜପୁର, ବାଲେଶ୍ୱର ଜିଲ୍ଲାରେ କିଛି ଘାଇ ସୃଷ୍ଟି ହୋଇଛି । ଯାହାର ମରାମତି ହେବା ସହିତ ପରିସ୍ଥିିତିରେ ସୁଧାର ଆସିଛି । ସେହିପରି ସମସ୍ତ ଜଳଭଣ୍ଡାରରେ ସ୍ଥିତି ସ୍ୱାଭାବିକ ଥିବାର ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here