ଟିକଟ ପାଇଁ ଧସ୍ତାଧସ୍ତି । ବାରବାଟୀ ମ୍ୟାଚ୍ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଥିବା ବେଳେ ଆଜି ସକାଳୁ ଷ୍ଟାଡିଅମ ଟିକଟ କାଉଣ୍ଟରରେ ଲୋକଙ୍କ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା । ଲୋକେ ରାତି ଅଧରୁ କାଉଣ୍ଟରରେ ଧାଡି ବାନ୍ଧି ଅପେକ୍ଷା କରି ରହିଥିଲେ । ଏପରିକି ମହିଳାଙ୍କ ପାଇଁ ଦୁଇଟି ସ୍ବତନ୍ତ୍ର କାଉଣ୍ଟର ବି କରାଯାଇଛି । ମାତ୍ର ଟିକଟ ଆଶାୟୀଙ୍କ ଅସମ୍ଭବ ଭିଡ ବିଶୃଙ୍ଖଳାରେ ପରିଣତ ହୋଇଥିଲା । ଲୋକେ ଧାଡି ଭାଙ୍ଗି ଆଗକୁ ଯିବାକୁ ଚେଷ୍ଟା କରିଥିଲେ । ମହିଳା କାଉଣ୍ଟରରେ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା । ପୋଲିସ ଶୃଙ୍ଖଳା ରକ୍ଷା କରିବାରେ ବିଫଳ ହେବା ଯୋଗୁ ରାତି ଅଧରୁ ଧାଡିରେ ଛିଡା ହୋଇଥିବା ଲୋକଙ୍କୁ ବି ନିରାଶ ହେବାକୁ ପଡିଥିଲା । ଏଭଳି ସ୍ଥିତି ହୋଇଥିଲା, ପୋଲିସକୁ ଟିକଟ ପାଇଁ ଆସିଥିବା ମହିଳାଙ୍କ ଉପରେ ଲାଠିଚାର୍ଜ କରିଥିଲା ।

LEAVE A REPLY

Please enter your comment!
Please enter your name here