ଟୋକିଓ ପାରା ଅଲିମ୍ପିକ୍ସରେ ଟେବଲଟେନିସରେ ପ୍ରଥମ ଭାରତୀୟ ଭାବେ ରୌପ୍ୟ ପଦକ ଜିତିଛନ୍ତି ଭାବିନା ପଟେଲ । ଟେବୁଲ ଟେନିସ ଫାଇନାଲରେ ହାରିବା ପରେ ରୌପ୍ୟ ପଦକ ପାଇଁ ଚୀନ ପ୍ରତିଦ୍ବନ୍ଦୀ ୟିଙ୍ଗ ଝୁ ଙ୍କ ସହ ମୁକାବିଲା କରିଥିଲେ । ଚୀନ ପ୍ରତିଦ୍ବନ୍ଦୀଙ୍କୁ ହରାଇ ଭାବିନା ରୌପ୍ୟ ପଦକ ହାସଲ କରିଛନ୍ତି । ପାରା ଅଲିମ୍ପିକରେ ପଦକ ଜିତିବାରେ ଭାବିନା ହେଉଛନ୍ତି ଦ୍ବିତୀୟ ମହିଳା । ଏବେ ଭାରତ ପାରା ଅଲିମ୍ପିକ କମିଟିର ସଭାପତି ଥିବା ଦୀପା ମଲିକ ପାଞ୍ଚବର୍ଷ ତଳେ ସଟପୁଟରେ ରୌପ୍ୟ ପଦକ ଜିତିଥିଲେ ।

ଭାବିନା ପଟେଲ ହ୍ବିଲ ଚେୟାର ଖେଳାଳି ଏବଂ ତାଙ୍କୁ ଯେତେବେଳେ ବାରମାସ ବୟସ ହୋଇଥିଲା, ସେତେବେଳେ ସେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ । ଭାବିନାଙ୍କ ପଦକ ହାସଲ ନେଇ ଦେଶରେ ଖୁସିର ଲହରୀ ଖେଳିଯାଇଛି । ଗୁଜରାଟ ସରକାର ଭାବିନାଙ୍କୁ ତିନିକୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here