ଦିନକୁ ଦିନ ପରୀ ମୃତ୍ୟୁରୁ ହଟୁଛି ପରଦା । ଏବଂ ଧିରେ ଧିରେ ଦୋଷ ସ୍ୱିକାର କରୁଛି ଅଭିଯୁକ୍ତ ସରୋଜ ସେଠୀ । ଆଜି ସରୋଜକୁ ଯଦୁପୁର ଆଣି ସିନ୍ ରିକ୍ରିଏସନ କରିଛି ଏସଆଇଟି ଟିମ୍ । ଘଟଣାସ୍ଥଳରେ ସରୋଜ ଡେମୋ ଦେଖାଉଥିବା ଭିଜୁଆଲ ମଧ୍ୟ ସାମ୍ନାକୁ ଆସୁଛି । ପୋଖରୀ କୂଳରେ ଘଟଣା ସମ୍ପର୍କରେ ବର୍ଣ୍ଣନା କଲା ସରୋଜ । ସରୋଜକୁ ଘଟଣାସ୍ଥଳରେ ଟିକିନିଖି ପଚାରୁଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଏସଆଇଟି ଟିମ୍ ସାମ୍ନାରେ ଗୋଟି ଗୋଟି ଘଟଣା ଦେଖାଉଛି ସରୋଜ ।
ଅନ୍ୟପଟେ ପରୀ ହତ୍ୟା ମାମଲାରେ ପ୍ରତିକ୍ରୀୟା ଦେଇ ବୋଥ୍ରା କହିଛନ୍ତି, ପରୀର କୌଣସି ହାଡ ନିଖୋଜ ହୋଇନାହିଁ । ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ହାଡ ମିଳିନଥିବା କୁହାଯାଇନି । ବିଶେଷଗ୍ୟ ଡାକ୍ତରମାନେ ହାଡ ମିଳିନଥିବା ନେଇ କିଛି କହିନାହାଁନ୍ତି । ଦେହାବଶେଷ ମିଳିବା ପରେ ଶବ ଚିହ୍ନଟ ପାଇଁ ଡିଏନଏ କରାଯାଇଥିଲା । ଡିଏନଏ ଟେଷ୍ଟ କରିବା ପାଇଁ ଡାକ୍ତରମାନେ କିଛି ହାଡ ପଠାଇଥିଲେ । ଡଗ୍ ସ୍କ୍ୱାଡ କାହିଁକି ଗନ୍ଧ ବାରି ପାରିଲାନି ପ୍ରଶ୍ନରେ ଉତ୍ତର ରଖିଛନ୍ତି ବୋଥ୍ରା । ଡଗ୍ ସ୍କ୍ୱାର୍ଡ ଏସଆଇଟି ବ୍ୟବହାର କରିନାହିଁ ।
ଆଉ ଏକ ବଡ କଥା ହେଉଛି ଯେ, ସରୋଜର ପରିବାର କେହି ସଦସ୍ୟ ଘଟଣା ଜାଣିଥିବା କହିଲେ ବୋଥ୍ରା । ପରିବାରର କେହି ନା କେହି ଏକଥା ଜାଣିଛନ୍ତି । ଆମେ ତଦନ୍ତ କରୁଛୁ । ସରୋଜ ପୋଲିସର ତଦନ୍ତକୁ ଟ୍ରାକିଂ କରୁଥିଲା ବୋଲି ବୋଥ୍ରା କହିଛନ୍ତି । ଏମିିିତିକି ମୋ ବିଷୟରେ ସେ ଗୁଗଲରୁ ବହୁତ ତଥ୍ୟ ସଂଗ୍ରହ କରିଥିଲା । ମୁଁ ତା ବିଷୟରେ ଯେତିକି ଜାଣିଥିଲି , ତା ଠାରୁ ବେଶି ସେ ମୋ କଥା ଜାଣିଥିଲା । ଏମିତିକି ସେ ଏସଆଇଟି ତଦନ୍ତ ନେଇ ନିୟମିତ ନ୍ୟୁଜ୍ ଦେଖୁଥିଲା । ରିମାଣ୍ଡରେ ସରୋଜର ବ୍ୟବହାର ନେଇ ବୋଥ୍ରାଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

LEAVE A REPLY

Please enter your comment!
Please enter your name here