ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବଡ଼ ଶୁକ୍ଳ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି। ବିଦେଶରୁ ଆଣାଯାଉଥିବା ଔଷଧରେ 200% ଟାରିଫ୍ ଲାଗୁ କରିବା ପ୍ରସ୍ତାବ ରଖୁଛନ୍ତି । ଏହାର ଫଳରେ ଆମେରିକାରେ ଔଷଧର ଦର ବେଶୀ ବଢ଼ିବା ସହ, ଯୋଗାଣରେ ସମସ୍ୟା ହେବାର ଆଶଙ୍କା ରହିଛି।

ଦୀର୍ଘଦିନ ଧରି ଆମେରିକାରେ ଔଷଧ ଉପରେ କୌଣସି ଟିକସ ଲାଗୁ ହୋଇନଥିଲା। କିନ୍ତୁ ଟ୍ରମ୍ପ ପ୍ରଶାସନ ଏବେ ଏହାକୁ ପରିବର୍ତ୍ତନ କରିବାର ଯୋଜନା କରୁଛି। ଖବର ଅନୁଯାୟୀ, କିଛି ଔଷଧରେ 200% ପର୍ଯ୍ୟନ୍ତ ଶୁକ୍ଳ ଲାଗିପାରେ। ଅଟୋ ଓ ଷ୍ଟିଲ୍‌ରେ ଯେପରି ଟାରିଫ୍ ଲାଗିଛି, ସେହିପରି ଔଷଧରେ ମଧ୍ଯ ଲାଗୁ କରାଯିବାକୁ ଟ୍ରମ୍ପ ଚାହୁଁଛନ୍ତି। ଏହା ଦଶନ୍ଧି ପୁରୁଣା ନୀତିକୁ ଭଙ୍ଗିବ ଏବଂ ଭାରତ ସହିତ ଅନ୍ୟାନ୍ୟ ଦେଶରେ ପ୍ରଭାବ ପକାଇପାରେ। ରିପୋର୍ଟ ଅନୁଯାୟୀ, କିଛି ଔଷଧ କମ୍ପାନୀ ନିର୍ମାତା ଟ୍ରମ୍ପଙ୍କୁ ଏକ ଚିଠି ଲେଖି ଔଷଧକୁ ଶସ୍ତା କରିବାକୁ ଅନୁରୋଧ କରିଛନ୍ତି । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ଏହି ଔଷଧ ମହଙ୍ଗା ହୁଏ, ତେବେ ଲୋକଙ୍କୁ ଅଧିକ ଦେୟ ଦେବାକୁ ପଡ଼ିପାରେ ଏବଂ ଏହି ଔଷଧର ଯୋଗାଣ ମଧ୍ୟ ପ୍ରଭାବିତ ହୋଇପାରେ ।

ଟ୍ରମ୍ପ ପ୍ରଶାସନ ଔଷଧ ଉପରେ 200% ଶୁକ୍ଳ ଲଗାଇବା ପାଇଁ 1962ର ବାଣିଜ୍ୟ ପ୍ରସାରଣ ଆଇନର ଧାରା 232କୁ ଉଲ୍ଲେଖ କରୁଛି। ଟ୍ରମ୍ପଙ୍କ କହିବା ଅନୁସାରେ, କୋଭିଡ୍ ସମୟରେ ଔଷଧର ଭାରି ଅଭାବ ଦେଖାଦେଇଥିଲା, ଯାହାକୁ ଗୋଟିଏ ‘ଜାଗରଣ ସଙ୍କେତ’ ବୋଲି ସେ ବର୍ଣ୍ଣନା କରୁଛନ୍ତି। ସେହିପାଇଁ ଘରୋଇ ଉତ୍ପାଦନ ବୃଦ୍ଧି କରିବାକୁ ସରକାର ଅଧୂକ ଗୁରୁତ୍ବ ଦେଉଛି। ଏହା ସହିତ, ଆମେରିକା-ୟୁରୋପ ନୂତନ ବାଣିଜ୍ୟ ଚୁକ୍ତି ଅନୁଯାୟୀ, କିଛି ସାମଗ୍ରୀରେ 15% ଟାରିଫ୍ ଲାଗୁ ହୋଇଛି, ଯେଉଁଥିରେ ଔଷଧ ମଧ୍ୟ ରହିଛି।

ବିଶେଷଜ୍ଞମାନଙ୍କ ମତରେ, ଯଦି ଟ୍ରମ୍ପ ଔଷଧ ଉପରେ ଟାରିଫ୍ ଲଗାନ୍ତି, ତେବେ ଏହାର ପ୍ରଭାବ କେବଳ ଅନ୍ୟ ଦେଶମାନଙ୍କୁ ନୁହେଁ, ଆମେରିକାକୁ ମଧ୍ଯ ପ୍ରଭାବ ପକାଇବ। ଶସ୍ତା ବିଦେଶୀ ଔଷଧ ବଜାରରୁ ସରିଯାଇପାରେ, ଯାହା ଅଭାବ ସୃଷ୍ଟି କରିବ।

LEAVE A REPLY

Please enter your comment!
Please enter your name here