କୋଭିଡ ଯୋଦ୍ଧାଙ୍କ ପାଇଁ ସମସ୍ତେ ଗାଇଲେ ବନ୍ଦେ ଉତ୍କଳ ଜନନୀ । ଭୁବନେଶ୍ୱର ସହ ରାଜ୍ୟର କୋଣ ଅନୁକୋଣରେ ଶୁଭିଲା ବନ୍ଦେ ଉତ୍କଳ ଜନନୀ ଗୀତ । ଦେଶରେ ବିଭିନ୍ନ ସ୍ଥାନରେ ଥିବା ଓଡିଆ ଲୋକ ବି ଗାଇଲେ ବନ୍ଦେ ଉତ୍କଳ ଜନନୀ । ବିଶ୍ୱର ବିଭିନ୍ନ ଦେଶରେ ଥିବା ଓଡିଆ ଲୋକ ବି ଗାଇଲେ । କୋଭିଡ ଯୋଦ୍ଧାଙ୍କ ତ୍ୟାଗ , ବଳିଦାନକୁ ସମ୍ମାନ ଜଣାଇ ସମୂହ ଗାନ । ନବୀନ ନିବାସରେ ଗାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘରେ ପରିବାର ସହ ଏକାଠି ଗାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଧାନସଭା ସମ୍‌ୁଖରେ ବିଧାୟକଙ୍କ ସହ ଗାଇଲେ ବାଚସ୍ପତି ସୂର୍ଯ୍ୟ ପାତ୍ର । ଲୋକସଭା ଭବନରେ ସହକର୍ମୀଙ୍କ ସହ ଗାଇଲେ ମୁଖ୍ୟ ଶାସନ ସଚିବ । ପୋଲିସ ସେବା ଭବନରେ ସହକର୍ମୀଙ୍କ ସହ ଗାଇଲେ କମିଶନର । କଂଗ୍ରେସ ଭବନରେ ସାଥୀ ନେତାଙ୍କ ସହିତ ଗାଇଲେ ସଭାପତି ନିରଞ୍ଜନ ପଟ୍ଟନାୟକ । ବିଜେପି କାର୍ଯ୍ୟାଳୟରେ ସହକର୍ମୀଙ୍କ ସହ ଗାଇଲେ ସଭାପତି ସମୀର ଦାସ ।

LEAVE A REPLY

Please enter your comment!
Please enter your name here