ଦୀର୍ଘଦିନ ପରେ ଖୋଲିବ ଶ୍ରୀମନ୍ଦିର । ଏନେଇ ଜଗନ୍ନାଥପ୍ରେମୀଙ୍କ ମନରେ ଉତ୍କଣ୍ଠା । ସିଧାସଳଖ ଟିକେ କାଳିଆ ସାଆନ୍ତଙ୍କୁ ଦେଖିବେ । ଆଉ ଅଭିମାନରେ ପଚାରିବେ କି ନାଟ ଲଗାଉଛି ରେ କାଳିଆ । ଆଉ ଅପେକ୍ଷା କରିବାକୁ ପଡିବନି କି ପଚାରିବାକୁ ପଡିବନି କେବେ ଖୋଲିବ ଶ୍ରୀମନ୍ଦିର? ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ଭକ୍ତ ସିଧାସଳଖ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ । ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ପ୍ରଥମ ଦୁଇ ଦିନ ସେବାୟତଙ୍କ ପରିବାରକୁ ଅନୁମତି ମିଳିବ । ଦୁଇ ଦିନ ପରେ ପୁରୀ ସହରବାସୀ ତିନି ଠାକୁରଙ୍କୁ ଦର୍ଶନ କରିପାରିବେ । ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ପୁରୀ ବାସୀଙ୍କୁ ପର୍ଯ୍ୟାୟକ୍ରମେ ଅନୁମତି ଦିଆଯିବ । ସାମାଜିକ ଦୂରତ୍ୱ ଓ କୋଭିଡ ଗାଇଡଲାଇନ୍‌ରେ ଲୋକେ ଶୃଙ୍ଖଳିତ ଭାବେ ଧାଡିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ବର୍ତ୍ତମାନ ପାଇଁ କେବଳ ପୁରୀ ସହରବାସୀଙ୍କ ପାଇଁ ବ୍ୟବସ୍ଥା ହୋଇଥିବା ଜିଲ୍ଲାପାଳ କହିଛନ୍ତି । ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଆସୁଥିବା ସହରବାସୀ ଆଧାର , ଭୋଟର କାର୍ଡ ଆଣିବେ । ୩ ତାରିଖରେ ସମସ୍ତ ଦର୍ଶନାର୍ଥୀଙ୍କୁ ଦର୍ଶନ ସୁବିଧା ମିଳିବ ।

LEAVE A REPLY

Please enter your comment!
Please enter your name here