ଆସନ୍ତାକାଲି ପୌର ଭୋଟ୍ । 106ଟି ପୌରପାଳିକା, ଏନଏସି ଓ 3ଟି ମହାନଗର ନିଗମ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । 22 ହଜାର ପୋଲିଂ କର୍ମଚାରୀଙ୍କୁ ପୌର ଭୋଟ୍ ପାଇଁ ମୁତୟନ କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସମସ୍ତ ବୁଥ୍ ରେ ପୋଲିସ ମୁତୟନ କରାଯାଇଛି । ସକାଳ 8ଟାରୁ ଭୋଟ ଗ୍ରହଣ କରାଯିବ । ତେବେ ଡବଲ ଭୋଟ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି । ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଯେଉଁ ଭୋଟରମାନେ ସେମାନଙ୍କ ମତଦାନ କରିଥିଲେ, ସେମାନେ ପୌର ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ । ଯଦି କୌଣସି ଭୋଟର ଡବଲ ଭୋଟ୍ ଦିଅନ୍ତି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here