କୋଉଠୁ ଲଢିବେ ବୈଜୟନ୍ତ ପଣ୍ଡା. କେଉଁ ଲୋକସଭା ଆସନ ତାଙ୍କ ପାଇଁ ସୁରକ୍ଷିତ ରହିବ. ଯଦିଓ ବିଜେଡି ଟିକେଟରେ ସେ 2009ରୁ 2018 ଯାଏଁ କେନ୍ଦ୍ରାପଡା ଲୋକସଭା ଆସନରୁ ଜିତି ଆସିଛନ୍ତି, କିନ୍ତୁ ଏଥର କେନ୍ଦ୍ରାପଡା ଲୋକସଭା ଆସନ ତାଙ୍କ ପାଇଁ ସୁରକ୍ଷିତ ରହିବ କି କେନ୍ଦ୍ରାପଡାର ସାଂସଦ ଭାବେ ନିର୍ବାଚନମଣ୍ଡଳୀରେ ତାଙ୍କ ଲୋକସଂପର୍କ ଯଦିଓ ଭଲ, ମାତ୍ର ରାଜନୈତିକ ଛକାପଞ୍ଝା ଭି ତରେ ସେ ଆଉ ପେଷି ହେବାକୁ ଚାହୁଁ ନାହାନ୍ତି. ରାଜନୈତିକ ବିଶାରଦଙ୍କ ମତରେ ଏଥରକ କେନ୍ଦ୍ରାପଡା ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରିବାକୁ ଚାହୁଁନାହାଁନ୍ତି ବୈଜୟନ୍ତ. ସେଥିପାଇଁ ବିଜେଡିରୁ ଇସ୍ତଫା ଦେବା ପରେ ସେ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ଲୋକସଂପର୍କ ବୃଦ୍ଧି କରିବାକୁ ଉଦ୍ୟମ କରି ଆସିଛନ୍ତି. ଏବେ ବିଜେପିରେ ଯୋଗଦେବା ପରେ ବୈଜୟନ୍ତ କେଉଁ ଲୋକସଭା ଆସନରୁ ଲଢିବେ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି. ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡାରୁ ବିଜେପି ବୈଜୟନ୍ତଙ୍କୁ ପ୍ରାର୍ଥୀ କରିବ ନାହିଁ. 2019 ସାଧାରଣ ନିର୍ବାଚନରେ ବିଜେପି ଫୋକସରେ ରହିଛି ଓଡିଶା. 2014 ନିର୍ବାଚନରେ 21ଟି ଲୋକସଭା ଆସନରୁ ବିଜେଡି 20ଟି ଆସନରେ ଜିତିଥିବା ବେଳେ ବିଜେପିକୁ ମିଳିଥିଲା ମାତ୍ର ଗୋଟିଏ ଆସନ. ତେବେ 10ଟି ଆସନରେ ବିଜେପି ଦ୍ବିତୀୟ ସ୍ଥାନରେ ରହିଥିଲା. ସେହିଦୃଷ୍ଟିରୁ ଲୋକସଭା ନିର୍ବାଚନରେ ବିଜେପି ଏଥର କିଛି ଆସନ ବିଜେଡି ହାତରୁ ଛଡାଇ ନେବା ପାଇଁ ମାଷ୍ଟରପ୍ଲାନ ତିଆରି କରିଛି. ବିଜେପିର ଏହି ମାଷ୍ଟପ୍ଲାନକୁ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା.ଓଡିଶା ବିଜେପିରେ ନିଜର ଏକଚାଟିଆ ପ୍ରଭାବ ବିସ୍ତାର ପାଇଁ  ଉଦ୍ୟମ ଜାରୀ ରଖିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ଦଳରେ ବୈଜୟନ୍ତଙ୍କ ପ୍ରବେଶକୁ ବିରୋଧ କରୁଥିଲେ.ଦଳ ଭିତରେ ନିଜ ପତିଆରା କମିଯିବ ବୋଲି ଆଶଙ୍କା କରୁଥିଲେ ସେ. ଏବେ କେନ୍ଦ୍ରୀୟ ନେତାଙ୍କ ଚାପରେ ବୈଜୟନ୍ତ ବିଜେପିରେ ସାମିଲ ହେବା ପରେ ତାଙ୍କ ପାଇଁ ଆସନ ଖୋଜା ଚାଲିଛି. ମିଳିଥିବା ସୂଚନା ଅନୁଯାୟୀ ବୈଜୟନ୍ତ କେନ୍ଦ୍ରାପଡା ଛାଡି ଢେଙ୍କାନାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି. ଢେଙ୍କାନାଳର ରାଜନୀତିକ ପାଣିପାଗ ଯାହା, ବୈଜୟନ୍ତ ପ୍ରାର୍ଥୀ ହେଲେ ବିଜେପିର ବିଜୟ ସମ୍ଭାବନା ଅଧିକ ବୋଲି ଆକଳନ କରାଯାଉଛି. ବିଜେଡି ସାଂସଦ ତଥାଗତ ଶତପଥୀ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିବା ପରେ ଏବେ ଢେଙ୍କାନାଳରେ ବୈଜୟନ୍ତଙ୍କ ପ୍ରାର୍ଥୀତ୍ବକୁ ନେଇ ଚର୍ଚ୍ଚା ଜୋର୍ ଧରିଛି.

LEAVE A REPLY

Please enter your comment!
Please enter your name here