ଏସିଆନ ଗେମ୍ସରେ ଭାରତ ପାଇଁ ୧୦୦ ମିଟର ଦୌଡରେ ରୌପ୍ୟ ପଦକ ଜିତିଥିବା ଦୂତି ଚାନ୍ଦଙ୍କ ପାଇଁ ରାଜ୍ୟ ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ପୁରସ୍କାର ବାବଦକୁ ଦେଢ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସଫଳତା ପାଇଁ ଦେଶର ଦ୍ରୁତତମ ଧାବିକାଙ୍କୁ ମୁଖ୍ୟମନ୍ତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଦେଢ କୋଟିର ପୁରସ୍କାର ନେଇ ଦୂତି ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଦେଢ କୋଟିରେ ସେ ସନ୍ତୁଷ୍ଟ ନାହାଁନ୍ତି ବୋଲି କହିଛନ୍ତି । ସେ କହିଛନ୍ତି ଅନ୍ୟ ରାଜ୍ୟରେ ପଦକ ବିଜେତାଙ୍କୁ ସେଠାକାର ସରକାର ଅଧିକ ଅର୍ଥ ପ୍ରଦାନ କରୁଛନ୍ତି । ତେଣୁ ଭୁବନେଶ୍ୱରରେ ଜାଗା କିମ୍ବା ଘର ଖଣ୍ଡେ ଦେବାକୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here