ଏଣିକି 112 ଡାଏଲ କଲେ ତିନୋଟି ସେବା ଉପଲବ୍ଧ ହୋଇପାରିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ 112 ସେବାର ଉଦଘାଟନ କରିଛନ୍ତି । ଅଗ୍ନିଶମ, ପୋଲିସ ଓ ଆମ୍ବୁଲାନ୍ସ ସେବା ପାଇବା ପାଇଁ ଆଉ ତିନୋଟି ଅଲଗା ନମ୍ବର ଡାଏଲ କରିବାକୁ ପଡିବ ନାହିଁ । ଏ ସମସ୍ତ ସେବା ପାଇବାକୁ ହେଲେ କେବଳ 112 ଡାଏଲ କରିବାକୁ ହେବ । ପୂର୍ବରୁ ପୋଲିସର ସହାୟତା ପାଇଁ 100, ଅଗ୍ନିଶମ ପାଇଁ 101 ଏବଂ ଆମ୍ବୁଲାନ୍ସ ପାଇଁ 108 ଡାଏଲ କରିବାକୁ ପଡୁଥିଲା । ଗୋଟିଏ ନମ୍ବରରେ ସମସ୍ତ ସେବା ଉପଲବ୍ଧ କରାଇବା ପାଇଁ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି । ସମସ୍ତ କଲ୍ ରେକର୍ଡିଂ ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟୟରେ ଏହା ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା ଏବଂ ସବୁ ଜିଲ୍ଲା ହେଡକ୍ବାର୍ଟରରେ ଏହି ସୁବିଧା ଉପଲବ୍ଧ ହୋଇପାରିବ । ଏହାଦ୍ବାରା ଜନସାଧାରଣ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here