ଦୀର୍ଘବର୍ଷ ଧରି ଆଇନରେ ପରିଣତ ହୋଇସାରିଥିବା ନାଗରିକତ୍ବ ସଂଶୋଧନ ଆଇନ ବା ସିଏଏ ଆଜି ଠାରୁ ଲାଗୁ ହୋଇଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ବିଜ୍ଞପ୍ତି ବଳରେ 2014 ପୂର୍ବରୁ ଭାରତରେ ଶରଣାର୍ଥୀ ଭାବେ ରହିଥିବା ପାକିସ୍ଥାନ, ଆଫଗାନିସ୍ଥାନ ଓ ବାଂଲାଦେଶର ଅଣ-ମୁସଲିମ ନାଗରିକଙ୍କୁ ନାଗରିକତ୍ବ ପ୍ରଦାନ କରାଯାଇଛି । 2019ରେ ଏହି ସିଏଏ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇ ନଥିଲା । 2024 ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ନାଗରିକତ୍ବ ସଂଶୋଧନ ଆଇନ ଲାଗୁ କରିବା ଫଳରେ ପ୍ରାୟ 30 ହଜାର ଶରଣାର୍ଥୀ ଉପକୃତ ହୋଇପାରିବେ । ତିନି ପଡୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ଥାନରେ ଧର୍ମକୁ ନେଇ ସଂଖ୍ୟାଲଘୁ ଅଣମୁସଲିମମାନେ ଅତ୍ୟାଚାରରେ ଅତିଷ୍ଠ ହୋଇ ଦେଶ ଛାଡି ଭାରତରେ ଶରଣାର୍ଥୀ ଭାବେ ରହିଥିଲେ । ତେବେ 2019ରେ ଏହା ଆଇନରେ ପରିଣତ ହେବା ପରେ ଏହାକୁ ବିରୋଧୀ ଦଳଗୁଡିକ ପ୍ରଚଣ୍ଡ ବିରୋଧ କରିଥିଲେ । ସେତେବେଳେ ସମଗ୍ର ଦେଶରେ ଏହାକୁ ନେଇ ହିଂସାକାଣ୍ଡରେ ଶତାଧିକ ବିକ୍ଷୋଭକାରୀ ମୃତ୍ୟୁବରଣ କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଏଏ ଲାଗୁ ହେବା ନେଇ ଘୋଷଣା କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହି ଆଇନ କାର୍ଯ୍ୟକାରୀ କରିବାରେ କେନ୍ଦ୍ର ସରକାର ଧର୍ମଗତ ବୈଷମ୍ୟ ରଖିଥିବାରୁ ପଶ୍ଚିମବଙ୍ଗରେ ଏହାକୁ କୌଣସିମତେ କାର୍ଯ୍ୟକାରୀ କରାଇ ଦିଆଯିବ ନାହିଁ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here