ବୁଧବାର ବିଧାନସଭା ମୌସୁମୀ ଅଧିବେଶନରେ ଦ୍ୱିତୀୟ ଦିନ । ଏନେଇ ବିଧାନସଭାରେ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଛି । ଏଥିପାଇଁ ମୋଟ ୧୨ ହଜାର ୭୯୦ କୋଟି ଟଙ୍କାର ମୋଟ ବ୍ୟୟ ବରାଦ କରାଯାଇଛି । ବିରୋଧୀ ଦଳଙ୍କ ହୋହାଲ୍ଲା ମଧ୍ୟରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ । ଅତିରିକ୍ତ ବଜେଟର ଫୋକସରେ ରହିଛି ଶିକ୍ଷା, କୃଷି , ଗ୍ରାମ୍ୟ ଉନ୍ନୟନ, ଶିଳ୍ପ, ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ । ବଜେଟରେ ସାମାଜିକ କ୍ଷେତ୍ର ପାଇଁ ୧୩୫୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ରହିଛି ।
ବିଧାନସଭା ଆରମ୍ଭରୁ ତେଲ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ହଙ୍ଗାମା ହୋଇଥିଲା । କଂଗ୍ରେସ ପକ୍ଷରୁ ଗୃହରେ ହୋହଲ୍ଲା କରାଯାଇଥିଲା । ଏପରିକି ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ବିଧାୟକ ନାରାବାଜି କରିଥିଲେ । ତୈଳଦର ବୃଦ୍ଧି ପ୍ରତିବାଦରେ ଗୃହରେ ହଟ୍ଟଗୋଳ ମଧ୍ୟ ହୋଇଥିଲା ।
ଅନ୍ୟପଟେ ଶିକ୍ଷକ ସମସ୍ୟା ପ୍ରସଙ୍ଗକୁ ନେଇ ଭାଜପା ବିଧାୟକମାନେ ହୋ ହଲ୍ଲା କରିଥିଲେ । ଫଳରେ ଦିନ ସାଢେ ୧୧ ଟା ଯାଏ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି କୌଣସି ପରିସ୍ଥିତିରେ ମଧ୍ୟ ଗୃହ କାର୍ଯ୍ୟକୁ କଂଗ୍ରେସ ଚଳାଇ ଦେବନାହିଁ । ଏଭଳି ପ୍ରତିବାଦକୁ ବିରୋଧ କରିଥିଲା ବିଜେଡି । ୧୧ଟା ୩୦ରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା ।

LEAVE A REPLY

Please enter your comment!
Please enter your name here