ବିଗତ କିଛି ଦିନହେବ କର୍ଣ୍ଣାଟକରେ ଲାଗିରହିଥିବା ରାଜନୈତିକ ହାଇଡ୍ରାମାର ଅବସାନ ହେଉନାହିଁ । କୁମାରସ୍ୱାମୀଙ୍କ ସରକାର ଭାଙ୍ଗିଲା ବିଏସ୍ ୟେଦୁରପ୍ପା କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ମଧ୍ୟ ହେଲେ । ଏସବୁ ମଧ୍ୟରେ ଲାଗୁଥିଲା କର୍ଣ୍ଣାଟକରେ ବିଗତ କିଛି ଦିନ ଧରିଲାଗି ରହିଥିବା ରାଜନୈତିକ ଝଡରେ ଅବସାନ ଘଟିବ କିନ୍ତୁ ତାହା ହେଲାନାହିଁ । ଆଜି ପୁଣି କର୍ଣ୍ଣାଟକରେ ରାଜାନୈତିକ ବହ୍ନି ଉତ୍ପନ୍ନ ହୋଇଛି । କଂଗ୍ରେସ ଏବଂ ଡେଡିଏସ୍ ର ୧୪ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି ରମେଶ କୁମାର । ଶୁକ୍ରବାର ଦିନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ତାଙ୍କର ବହୁମତ ସାବ୍ୟସ୍ତ କରିବାକୁ ସମୟ ନିର୍ଦ୍ଧାରଣ କରିଥିବା ବେଳେ ବାଚସ୍ପତି ୧୪ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ରାଜନୈତିକ ଚର୍ଚ୍ଚାକୁ ଏକ ନୂଆ ମୋଡ ଦେଇଛି । ଅଯୋଗ୍ୟ ୧୪ବିଧାୟକଙ୍କ ମଧ୍ୟରେ ୩ ଜଣ ଜେଡିଏସ୍ ଏବଂ ୧୧ ଜଣ କଂଗ୍ରେସ ବିଧାୟକ ଅଛନ୍ତି । ଏହି ସମସ୍ତ ବିଧାୟକ ୪ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ ।

LEAVE A REPLY

Please enter your comment!
Please enter your name here