ରାଷ୍ଟ୍ରପତିଙ୍କ ସହ ବିଦେଶ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଆଫ୍ରିକାର ଜିନିଆ, ଗାମ୍ବିଆ ଓ ବେନିନ ଯିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଠ ଦିନ ବିଦେଶ ଗସ୍ତରେ ପଶ୍ଚିମବଙ୍ଗର ସାଂସଦ ଦିଲୀପ ଘୋଷ ମଧ୍ୟ ଯିବେ ବୋଲି କୁହାଯାଇଛି । ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅଭିଭାଷଣ ଦେଇ ପ୍ରତାପ ଷଡଙ୍ଗୀ ସାରାଦେଶ ତଥା ବିଦେଶରେ ଚର୍ଚ୍ଚିତ ହୋଇଥିଲେ । ଧନ୍ୟବାଦ ଅଭିଭାଷଣ ରଖିବା ଅବସରରେ ସେ ଲୋକସଭାରେ ହିନ୍ଦୀ,ଇଂରାଜୀ,ଓଡିଆ,ବଙ୍ଗଳା ଏବଂ ସଂସ୍କୃତ ପ୍ରମୁଖ ଭାଷାରେ ନିଜ ଅଭିଭାଷଣ ରଖିଥିଲେ । ରାଷ୍ଟ୍ରପତିଙ୍କ ଏହି ଗସ୍ତ ଦ୍ୱାରା ଆଫ୍ରିକା ଓ ଭାରତ ମଧ୍ୟରେ ଥିବା ସମ୍ପର୍କ ଆହୁରି ଦୃଢ଼ ହେବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here