ଫେଷ୍ଟିବ୍ ସିଜିନ୍ ପାଇଁ ଏବେ ଅଲଲାଇନ୍‌ରେ ଲୋଭନୀୟ ଅଫର । ଇ-କର୍ମସ ୱେବସାଇଟରେ ଆରମ୍ଭ ହୋଇଯାଇଛି ବିଜିନେସ । ପୂଜା ଅବସରରେ ଫ୍ଲିପ୍‌କାର୍ଟ ଦେଉଛି ବିଗ୍ ବିଲିୟନ ଡେ । ବିଗ ବିଲିୟନ ଡେରେ ଇଲେକ୍ଟ୍ରୋନିକ୍ସ ଜିନିଷରେ ଡିସକାଉଣ୍ଟ ଥିବାରୁ ଲୋକେ ଖୁସିରେ କିଣୁଛନ୍ତି । ଖାଲି ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟ ନୁହେଁ ଅନେକ ଜିନିଷରେ ରହିଛି ଅଫର । ହେଲେ ଜଣେ ଫ୍ଲିପ୍‌କାର୍ଟ ଗ୍ରାହକ ଠକାମିର ଶିକାର ହୋଇଛନ୍ତି । ଠକାମିର ଶିକାର ହେବା ପରେ ସେ ନିଜ ସୋସିଆଲ ମିଡିଆରେ ସବୁ କଥା ସେୟାର କରିଛନ୍ତି । ଆଇଆଇଏମ ଅହମ୍ମଦାବାଦର ଜଣେ ଯୁବକ ତାଙ୍କ ବାପାଙ୍କ ପାଇଁ ଗୋଟିଏ ଲ୍ୟାପଟପ୍ ଅର୍ଡର କରିଥିଲେ । ଯେହେତୁ ଫ୍ଲିପକାର୍ଟ ବିଗ ବିଲିୟନ ଡେରେ ଡିସକାଉଣ୍ଟ ରଖିଛି । ତେଣୁ ସେ ଫ୍ଲିପକାର୍ଟରୁ ଲ୍ୟାପଟପ ଅର୍ଡର କରିଥିଲେ । କିନ୍ତୁ ଲ୍ୟାପଟପ୍ ବଦଳରେ ତାଙ୍କ ପାଖରେ ପହଁଞ୍ଚିଲା ଘଡି ଡିଟରଜେଣ୍ଟ ସାବୁନ୍ । ଏ ସମ୍ପର୍କରେ ଫ୍ଲିପକାର୍ଟ କର୍ମଚାରୀଙ୍କୁ ଅବଗତ କରାଇବା ପରେ ସେ ଏକଥାକୁ ଅସ୍ୱିକାର କରିଥିଲେ । ଏବଂ କହିଥିଲେ ଏଥିରେ କୌଣସି ରିଟର୍ଣ୍ଣ ନାହିଁ । ଏହାପରେ ଯୁବକ ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏବଂ କହିଛନ୍ତି ଏହାକୁ ପ୍ରମାଣ କରିବାକୁ ମୁଁ ସିସିଟିଭି ଫୁଟେଜ ରଖିଛି । ହେଲେ ତାଙ୍କ ବାପା ପାର୍ସଲ ରିସିଭ୍ କଲାବେଳେ ଡେଲିଭରି ବୟଙ୍କ ସାମ୍ନାରେ ବକ୍ସ ଖୋଲିନଥିଲେ । କିନ୍ତୁ ଘରେ ବକ୍ସ ଖୋଲିବା ଏବଂ ବକ୍ସ ଭିତରୁ ସାବୁନ୍ ବାହାରିବାର ଭିଡିଓ ତାଙ୍କ ପାଖରେ ରହିଛି । ସୋସିଆଲ ମିଡିଆରେ ସେୟାର କରିଥିବା ପୋଷ୍ଟକୁ ସେ ଫ୍ଲିପକାଟ ସିଇଓ କଲ୍ୟାଣ କୃଷ୍ଣମୂର୍ତ୍ତି ଏବଂ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଟ୍ୟାଗ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here