ଦରଦାମ ବୃଦ୍ଧି, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ଓ ସମସ୍ତଙ୍କୁ କରୋନା ଟୀକା ପ୍ରଦାନ ଦାବିରେ ସିଆଇଟିୟୁ, ସିପିଆଇ, ଏଆଇଟିୟୁସି, ଏଆଇଏସଏଫ,ଏଆଇକେଏସ ଭଳି ବାମ ଦଳଗୁଡ଼ିକ ପକ୍ଷରୁ ଆଜି ୬ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବାମଦଳଗୁଡିକ ପକ୍ଷରୁ ଧାରଣା ଦିଆଯିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜଧାନୀ ଭୁବନେଶ୍ବର ଓ କଟକରେ ବାମଦଳ କର୍ମୀ ଓ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ସ୍ଲୋଗାନ ଦେବା ସହ ରାସ୍ତା ଅବରୋଧ କରିଥିଲେ ।

ଜଗତସିଂହପୁର ସଦର ମହକୁମାର ଡାକବଙ୍ଗଳା ଛକ ଠାରେ ସଙ୍ଗଠନ କର୍ମକର୍ତ୍ତା ମାନେ ୫୫ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ। ତେବେ ସରକାର ତୁରନ୍ତ ଏହି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ହ୍ରାସ କରିବାପାଇଁ ଦାବି କରିଛନ୍ତି ଶ୍ରମିକ ନେତା।

ଢେଙ୍କାନାଳ କାଉଁରିଆ ପାଳ ଛକରେ ବାମପନ୍ଥୀ ଦଳ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରା ଯାଇଥିଲା । ଆଜି ବାମପନ୍ଥୀ ଦଳ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ପ୍ରଭାବରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଉଁରିଆ ପାଳ ଛକ ରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଫଳରେ ଅନେକ ସ୍ଥାନରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ଦେଶବ୍ୟପାୀ ବାମପନ୍ଥୀଦଳର ବନ୍ଦ ପାଳନକୁ କଂଗ୍ରେସ ସମର୍ଥନ କରିଥିଲା ।

LEAVE A REPLY

Please enter your comment!
Please enter your name here