ତଳସ୍ତରରୁ ଦୁର୍ନୀତି ହଟାଇବା ପାଇଁ ସରକାର ଫାଇଭ ଟି ଉପରେ ଗୁରୁତ୍ବ ଦେଉଛନ୍ତି. ମାତ୍ର ଲାଞ୍ଚ ଖୋର୍ ଅଧିକାରୀଙ୍କ ଚରିତ୍ର ବଦଳୁନି. ଜଣେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ଦରମା ରିଲିଜ କରିବା ପାଇଁ ଲାଞ୍ଚ ମାଗୁଛନ୍ତି ତାଙ୍କ ଉପରିସ୍ଥ ଅଧିକାରୀ. ଏମିତି ଏକ ରିପୋର୍ଟ ମିଳିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ବରଗୋଛା ସ୍ବାସ୍ଥ୍ୟ ଉପକେନ୍ଦ୍ରରେ. ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ମହେନ୍ଦ୍ର ନାଥ ସାଏ ଓ ସ୍ୱାସ୍ଥ୍ୟ ପରିଦର୍ଶକ ସୁଦର୍ଶନ ପ୍ରଧାନଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ମହିଳା ସ୍ବାସ୍ଥ୍ୟକର୍ମୀ ଝୁମୀ ସାହୁ. ଗତ ଜୁଲାଇ ପହିଲାରୁ ଝୁମୀ ସାହୁ ପ୍ରସବକାଳୀନ ଛୁଟିରେ ରହିଥିଲେ. ମାତ୍ର ଛୁଟି ପୂର୍ବରୁ ବାକି ଥିବା ଚାରିମାସର ଦରମା ଦେବାକୁ କହିବାରୁ ତାଙ୍କୁ କୁଆଡେ ଡାକ୍ତର କୋଡିଏ ହଜାର ଟଙ୍କା ଲାଞ୍ଚ ମାଗିଥିଲେ. ଆସନ୍ତୁ ଶୁଣିବା କଣ କହୁଛନ୍ତି ଝୁମି ସାହୁ..ଜୁଲାଇ ଏଗାର ତାରିଖରେ ଝୁମି ଏକ ପୁତ୍ରସନ୍ତାନ ଜନ୍ମ ଦେଇଥିଲେ ହେଁ କୌଣସି କାରଣରୁ ତାଙ୍କୁ ସନ୍ତାନକୁ ହରାଇବାକୁ ପଡିଥିଲା. ମାତ୍ର ଲାଞ୍ଚ ଦେଇ ନଥିବାରୁ ବକେୟା ଦରମା ମିଳି ନଥିଲା. ଝୁମୀଙ୍କୁ ଉପରିସ୍ଥ ଅଧିକାରୀ ଲାଞ୍ଚ ମାଗୁଥିବା ସଂପର୍କରେ ବାର୍ତ୍ତାଳାପର ଅଡିଓ ଟେପ୍ ଆମର ହସ୍ତଗତ ହୋଇଛି. ଶୁଣନ୍ତୁ କେମିତି ଜଣେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ଠାରୁ ବକେୟା ଦରମା ଟଙ୍କା ମଂଜୁର କରିବା ପାଇଁ ଲାଞ୍ଚ ମଗାଯାଉଛି.ହକ୍ ଦରମା ପାଇବା ପାଇଁ ମାନସିକ ନିର‌୍ୟାତନାର ଶୀକାର ହୋଇଛନ୍ତି ମହିଳା ସ୍ବାସ୍ଥ୍ୟକର୍ମୀ. ନ୍ୟାୟ ପାଇଁ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି. ଅପେକ୍ଷା କରିଛନ୍ତି ତାଙ୍କୁ ନ୍ୟାୟ ମିଳିବ. ମାତ୍ର ଲାଞ୍ଚଖୋର ବାବୁମାନଙ୍କୁ କେବେ ମିଳିବ ଶାସ୍ତି.

LEAVE A REPLY

Please enter your comment!
Please enter your name here