ଗତକାଲିର ବିଶାଳ ଧାରଣା ପରେ ଆଜି ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିଛନ୍ତି ସରକାରୀ ଚୁକ୍ତି ଭିତ୍ତିକ କର୍ମଚାରୀ ମହାସଂଘ । ଦଶହରା ପୂର୍ବରୁ କିଛି ଖୁସି ଖବର ମିଳିପାରେ । ୧୫ ଦିନ ଭିତରେ ସରକାର ଏହାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଯଦି ସରକାର ନିଜ ପ୍ରତିଶ୍ରୁତି ପାଳନ ନକରନ୍ତି ତାହେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ ବିଭାଗ ସମେତ ୪୨ଟି ବିଭାଗର ୭୦ ହଜାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦାବି ନେଇ ରାଜରାସ୍ତାରେ ବସିଥିଲେ । ଶହ ଶହ ସଂଖ୍ୟାରେ ଚୁକ୍ତିଭିତ୍ତିକ କର୍ମଚାରୀ ଲୋୟର ପିଏମଜିରେ ବର୍ଷାରେ ଭିଜି ଭିଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here