ଭିଜିଲାନ୍ସ ଜାଲରେ ପଡିଗଲେ ନିଜେ ଭିଜିଲାନ୍ସ ଅଧିକାରୀ । ଜଣେ ସରକାରୀ ଅଧିକାରୀଙ୍କ ଭିଜିଲାନ୍ସ ମାମଲା ବନ୍ଦ କରିବା ପାଇଁ ମୂଲଚାଲ କରିଥିଲେ ଭିଜିଲାନ୍ସ ଇନସପେକ୍ଟର ମାନସୀ ଜେନା । ସମ୍ବଲପୁର ଭିଜିଲାନ୍ସ ଡିଭିଜନରେ ଇନିସପେକ୍ଟର ଭାବେ କାର୍ଯ୍ୟ କରୁଥିବା ମାନସୀ ଏଥିପାଇଁ ଦାବି କରିଥିଲେ 10 ଲକ୍ଷ ଟଙ୍କା । ମୁକେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଯାଇଛନ୍ତି । ଉଭୟ ମାନସୀ ଓ ମୁକେଶଙ୍କୁ ହେପାଜତରେ ରଖି ଭିଜିଲାନ୍ସ ଟିମ୍ ସେମାନଙ୍କ ଘରେ ଚଢାଉ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here