ଦଳରୁ ବାହାରିବା ପରେ ଦାମଙ୍କ ଭୀଷ୍ମ ପ୍ରତିଜ୍ଞା । ଆସନ୍ତା ନିର୍ବାଚନରେ ବିଜେଡି ସରକାରକୁ ନଆସିବା ପାଇଁ ଯାହା ଦରକାର, ମୁଁ କରିବି ବୋଲି କହିଛନ୍ତି ଦାମୋଦର ରାଉତ । ଯିଏ ଦୁର୍ନିତିଖୋର୍ ନେତା ସେ ଏବେ ନବୀନଙ୍କ ପାଖ ଲୋକ , ନବୀନ ନିଜେ ସେହିମାନଙ୍କ ଜରିଆରେ ଦୁର୍ନୀତି କରି ଟଙ୍କା ଦିଲ୍ଲୀ ପଠାଉଛନ୍ତି । ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଜାଇକା ତୀର ମାରିଲେ ଦାମ । ଜଣେ ଜାଇକା କର୍ମଚାରୀ କହିଛନ୍ତି, ‘ଦୁର୍ନୀତିରେ ଦେବାଶିଷ ସମ୍ପୃକ୍ତ । କୁଜଙ୍ଗ ବାଣ ବିସ୍ଫୋରଣ , ଲାଞ୍ଜିଗଡ ଓ କଳିଙ୍ଗ ନଗର ହିଂସାରେ ସେ ସମ୍ପୃକ୍ତ’ । କୁଜଙ୍ଗ ବିସ୍ଫୋରଣରେ ସମ୍ପୃକ୍ତି ଥାଇ ବି ତାଙ୍କ ନାଁରେ ମାମଲା ହେଲାନି । ବସନ୍ତ ବିଶ୍ୱାଳଙ୍କ ମାମୁଁ ପୁଅ ଭାଇ ବୋଲି ବିଜୁ ସଭାରେ ଖଣ୍ଡା ବୁଲାଉଥିଲେ । ହେଲେ ସେହି ଦେବାଶିଷ ଏବେ ନବୀନଙ୍କ ପାଖ ଲୋକ ପାଲଟିଛନ୍ତି । ‘ କଟକ ଏବେ ଗୁଣ୍ଡାଙ୍କ ସହର, ବିଧାୟକଙ୍କୁ ଲୋକେ ଉଚିତ ଜବାବ ଦେବେ ।’ ଆନନ୍ଦ ଭବନ ପରିଦର୍ଶନ କରିବାକୁ ଆସିଥିବା ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି ଦାମ ।

LEAVE A REPLY

Please enter your comment!
Please enter your name here