ଦାମ ରାଉତଙ୍କୁ ବିଜେଡିରୁ ବହିଷ୍କାର କରିବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ସକାଳେ ଡାକ୍ତର ରାଉତଙ୍କୁ ଭେଟିଛନ୍ତି. ବିଜୁ ପଟ୍ଟନାୟକଙ୍କ ସହ କାମ କରିଥିବା ସବୁ ନେତାଙ୍କୁ ଦଳରୁ ଜଣ ଜଣ କରି ବାହାର କରିଦିଆଯାଉଛି. ଆଗରୁ ଦୁର୍ନୀତିର ବାତ୍ସ୍ନା ବାହାରିଲେ ନବୀନ ସରକାର ଓ ଦଳରୁ ବିଦା କରୁଥିଲେ. ଏବେ ଦୁର୍ନୀତି ସଂପର୍କରେ ଅଭିଯୋଗ କରୁଥିବା ନେତାଙ୍କୁ ବହିଷ୍କାର କରାଯାଉଛି. ତେବେ ଦାମଙ୍କୁ ବୈଜୟନ୍ତଙ୍କ ସାକ୍ଷାତ ସୌଜନ୍ୟମୂଳକ ଥିଲା ଏବଂ ଏଥିରେ ରାଜନୀତିକ ଆଲୋଚନା କିଛି ହୋଇନାହିଁ ବୋଲି କହିଛନ୍ତି ଦାମୋଦର ରାଉତ. ବିଜେଡିରେ ଆଉ କେହି ବିଜୁ ସମର୍ଥକ ନାହାଁନ୍ତି ଏବଂ ନବୀନ ନିଜ ସ୍ଥିତି ରକ୍ଷା ପାଇଁ ବିଜୁ ଆଦର୍ଶ ବାହାରେ ନୀତି ବଦଳାଉଛନ୍ତି ବୋଲି ସେ କହିଛନ୍ତି. ଅନ୍ୟପକ୍ଷରେ ଦାମବାବୁଙ୍କ ଘରେ ସୁରକ୍ଷା ପାଇଁ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି.













