ଗଣେଶଙ୍କ ପାଇଁ 600 କି.ଗ୍ରାର ଲଡ୍ଡୁ ! ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ. ହେଲେ କଥାଟି ପୂରାପୂରି ସତ. ଆଜ୍ଞା ହଁ, ଗଣେଶ ପୂଜା ଅବସରରେ ଏକ ମିଠା କମ୍ପାନୀ 1 କି 2 କି.ଗ୍ରାର ନୁହେଁ ବରଂ ପୂରା 600 କି.ଗ୍ରାର ଲଡ୍ଡୁ ତିଆରି କରିଛନ୍ତି, ଯାହାକୁ ମହାପ୍ରସାଦ କୁହାଯାଉଛି. ଏହି ମିଠାକୁ ବୁଧବାର ସନ୍ଧ୍ୟାରେ ହାଇଦ୍ରାବାଦର ଫିଲ୍ମ ନଗରକୁ ଅଣାଯାଇଛି. ଯାହାକୁ ବିଘ୍ନବିନାୟକଙ୍କ ପାଖରେ ପ୍ରସାଦ ରୂପରେ ଲଗାଯିବ ଏବଂ ପୂଜା ସମାପ୍ତ ହେବା ପରେ ଏହାକୁ ଭକ୍ତମାନଙ୍କ ମଧ୍ୟରେ ଭୋଗ ରୂପରେ ବାଣ୍ଟି ଦିଆଯିବ. ଏହି ଲଡ୍ଡୁକୁ ପିଭିଭିଭି ମଲ୍ଲିକାଅର୍ଜୁନ ରାଓ ତିଆରି କରିଛନ୍ତି. ଏହାକୁ ପ୍ରସ୍ତୁତ କରିବା ପାଇଁ ସେ 220 କି.ଗ୍ରା ଚିନି, 145 କି.ଗ୍ରା ଗୁଆଘିଅ, 175 କି.ଗ୍ରା ଡାଲି, 25 କି.ଗ୍ରା କାଜୁ, 18 କି.ଗ୍ରା  ବାଦାମ, 3 କି.ଗ୍ରା ଗୁଜୁରାତୀ ଏବଂ 1 କି.ଗ୍ରା କର୍ପୂରକୁ ବ୍ୟବହାର କରିଛନ୍ତି.

LEAVE A REPLY

Please enter your comment!
Please enter your name here