ବିଜେପିର ପୂର୍ବତନ ବରିଷ୍ଠ ନେତା ତଥା ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଯଶୋଓ୍ବନ୍ତ ସିହ୍ନା ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ଯଶୋଓ୍ବନ୍ତଙ୍କ ଟିଏମସିରେ ଯୋଗଦାନ ଟିଏମସି ନେତାଙ୍କୁ ଯେତିକି ଉତ୍ସାହିତ କରିଛି, ବିଜେପିକୁ ସେତିକି ଆଘାତ ଦେଇଛି । ଯଦିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୋଲାଖୋଲି ସମାଲୋଚନା କରିଆସୁଥିବା ଯଶୋଓ୍ବନ୍ତ 2018ରେ ବିଜେପିରୁ ଇସ୍ତଫା ଦେଇଥିଲେ । ଯଶୋଓ୍ବନ୍ତ ଟିଏମସିରେ ଯୋଗଦେବା ପରେ କହିଛନ୍ତି, ଦେଶ ଏକ ଭୟଙ୍କର ସଂକଟ ଦେଇ ଗତି କରୁଛି ଏବଂ ଗଣତନ୍ତ୍ରକୁ ଅଧିକ ସୁଦୃଢ କରିବା ପାଇଁ ସେ ଟିଏମସିରେ ଯୋଗ ଦେଇଛନ୍ତି । ଦେଶରେ ବିଚାର ବ୍ୟବସ୍ଥା ଏବେ ଦୁର୍ବଳ ହୋଇପଡିଲାଣି ବୋଲି ସେ କହିଛନ୍ତି । ବାଜପେୟୀ ଓ ମୋଦିଙ୍କ ସରକାର ମଧ୍ୟରେ ତୁଳନା କରି ସେ କହିଛନ୍ତି, ବାଜପେୟୀ ସର୍ବସମ୍ମତ ନିଷ୍ପତ୍ତିକୁ ଗୁରୁତ୍ବ ଦେଉଥିଲେ, କିନ୍ତୁ ଏବେ ବିଜେପି କଳେବଳେ କୌଶଳେ କ୍ଷମତା ହାସଲ କରିବାରେ ବିଶ୍ବାସ କରୁଛି । ମୋଦି ସରକାର ଯାହା ଭୁଲ୍ କଲେ ବି ତାକୁ ରୋକିବାକୁ କେହି ନାହାଁନ୍ତି ବୋଲି ସେ କହିଛନ୍ତି । 83 ବର୍ଷୀୟ ଯଶୋଓ୍ବନ୍ତ କହିଛନ୍ତି, ବିଜେପି ଏବେ ଯେଉଁ ନୀତିରେ ଚାଲୁଛି, ସେଥିରେ ଅସନ୍ତୁଷ୍ଟ ହୋଇ ଅକାଳୀ ଓ ବିଜେଡି, ବିଜେପିର ହାତ ଛାଡ ଦେଇଛନ୍ତି । ସମୟ ଆସିବ, ବିଜେପି ସହ ଆଉ କେହି ନ ଥିବେ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here