ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାତିସଂଘ ପକ୍ଷରୁ ଚମ୍ପିୟନ ଅଫ୍ ଦି ଆର୍ଥ ସମ୍ମାନ ମିଳିଛି । ୨୦୨୨ ସୁଦ୍ଧା ଭାରତକୁ ପ୍ଲାଷ୍ଟିକ ମୁକ୍ତ କରାଇବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଉଲ୍ଲେଖନୀୟ ଅବଦାନ ଯୋଗୁ ଏହି ସମ୍ମାନ ତାଙ୍କୁ ମିଳିଛି । ଏହାଦ୍ୱାରା ପରିବେଶ ସଂରକ୍ଷଣ କ୍ଷେତ୍ରରେ କାମ କରିଥିବା ଅନ୍ୟ ୫ ବ୍ୟକ୍ତି ଏବଂ ସଙ୍ଗଠନକୁ ମଧ୍ୟ ଏହି ସମ୍ମାନ ମିଳିଛି । ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକରନକୁ ମଧ୍ୟ ଏହି ସମ୍ମାନ ମିଳିଛି ।
ଏହି ସମ୍ମାନ ଘୋଷଣା ହେବାପରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି,ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାମ୍ପଅନ ଅଫ ଦ ଆର୍ଥ ପୁରସ୍କାର ମିଳିବାକୁ ଯାଉଛି । ଶାହ କହିଛନ୍ତି, ୟୁଏନର ଏହି ସର୍ବୋଚ୍ଚ ସମ୍ମାନ ସେହି ଲୋକମାନଙ୍କୁ ଦିଆଯାଇଥାଏ, ଯେଉଁମାନେ ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖ୍ୟଯୋଗ୍ୟ କାମ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here