ଏଣିକି ଦିବ୍ୟାଙ୍ଗଙ୍କୁ ବିବାହ କଲେ ମିଳିବ ଦୁଇ ଲକ୍ଷ ୫୦ ହଜାର ଟଙ୍କା । ପୂର୍ବରୁ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ଏବେ ମଞ୍ଜୁର କରିଛନ୍ତି ସରକାର । ଦିବ୍ୟାଙ୍ଗଙ୍କୁ ସାମାଜିକ କ୍ଷେତ୍ରରେ ମଜବୁତ କରିବାକୁ ବିଭାଗ ଏହି ପଦକ୍ଷେପ ନେଉଛି । ଭିନ୍ନକ୍ଷମ ଭାଇଙ୍କ ପାଇଁ ଏହି ପଦକ୍ଷେପ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ନିୟମ ଦ୍ୱାରା ବିଭିନ୍ନ ଫେଜ୍‌ରେ ତାଙ୍କ ପାଖକୁ ଟଙ୍କା ଆସିବ । ଏଥିପାଇଁ ତାଙ୍କର ଉପଯୁକ୍ତ ସାର୍ଟିଫିକେଟ ଥିବା ଆବଶ୍ୟକ । ପୂର୍ବରୁ ଅନୁସୂଚିତ ଜାତି ଓ ଜନଜାତିଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଥିଲା । ଏହା ପୂର୍ବରୁ ଯଦି କୌଣସି ଦିବ୍ୟାଙ୍ଗ ଯୁବତୀଙ୍କୁ ଦିବ୍ୟାଙ୍ଗ ଯୁବକ ବିବାହ କରୁଥିଲେ ତେବେ ପ୍ରୋତ୍ସାହନ ରାଶି ୫୦ ହଜାର ଟଙ୍କା ମିଳୁଥିଲା । ହେଲେ ଏବେ ଏହି ରାଶି ବୃଦ୍ଧି କରାଯାଇ ୨ ଲକ୍ଷ ୫୦ ହଜାର କରାଯାଇଛି । ଏନେଇ ସାମାଜିକ ନିରାପତ୍ତା ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ପକ୍ଷରୁ ବିଗ୍ୟପ୍ତି ପ୍ରକାଶ ପାଇଛି । ଏ ସମ୍ପର୍କରେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଗାଇଡଲାଇନ ଜାରି କରିଛନ୍ତି ବିଭାଗୀୟ ସଚିବ ।

LEAVE A REPLY

Please enter your comment!
Please enter your name here