କଡା ସୁରକ୍ଷା ଭିତରେ ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରୁ ନୂଆଦିଲ୍ଲୀ ଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ନୂଆଦିଲ୍ଲୀ ବିମାନବନ୍ଦରରେ ଦ୍ରୌପଦୀ ମୁର୍ମୁ ପହଞ୍ଚିବା ପରେ ବିଜେପିର ବହୁ ନେତା ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦେଇଥିଲେ । ସେଠାରୁ ସେ ଓଡିଶା ଭବନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଆସନ୍ତାକାଲି ଦ୍ରୌପଦୀ ଏନଡିଏ ପ୍ରାର୍ଥୀ ଭାବେ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ । ଦ୍ରୌପଦୀଙ୍କ ନାମାଙ୍କନ ଦାଖଲ ସମୟରେ ରାଜ୍ୟର ଦୁଇ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଉପସ୍ଥିତ ରହିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଜଣାଇଛନ୍ତି । ଦୁଇମନ୍ତ୍ରୀ ନୂଆଦିଲ୍ଲୀରେ ପହଞ୍ଚିବା ପରେ ନାମାଙ୍କନରେ ପ୍ରସ୍ତାବକ ଭାବେ ସ୍ବାକ୍ଷର କରିଥିବା ସୂଚନା ମିଳିଛି । ଦ୍ରୌପଦୀଙ୍କ ନାମାଙ୍କନ ଦାଖଲ ପର୍ବରେ ସାମିଲ ହେବା ପାଇଁ ରାଜ୍ୟ ବିଜେପିର ଦଶ ଜଣ ବିଧାୟକ ମଧ୍ୟ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here