କ୍ଷମତାକୁ ନେଇ ସବୁବେଳେ ଲଢେଇ ଚାଲୁଥିଲା । ଦିଲ୍ଲୀ ଆପ୍ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କ୍ଷମତାକୁ ନେଇ ଲଢେଇ । ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର କେନ୍ଦ୍ର ସରକାରଙ୍କ ଇଙ୍ଗିତରେ କାମ କରୁଥିଲେ । ମାତ୍ର କେନ୍ଦ୍ର ସରକାର ଓ ଦିଲ୍ଲୀର ଆପ୍ ସରକାର ମଧ୍ୟରେ ଚାଲିଥିବା ଲଢେଇରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ସୁପ୍ରିମକୋର୍ଟ । ନିର୍ବାଚିତ ସରକାର ହାତରେ କ୍ଷମତା ରହିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ଅମଲାମାନଙ୍କ ଉପରେ ସରକାରଙ୍କ ନିୟନ୍ତ୍ରଣ ରହିବ । ସରକାରଙ୍କ ନିଷ୍ପତ୍ତିକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମାନିବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ବେଞ୍ଚ କ୍ଷମତା ଲଢେଇର ବଡ ଫଇସଲା ଶୁଣାଇଛନ୍ତି । ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ କହିଛନ୍ତି, ଅମଲାମାନେ ମନ୍ତ୍ରୀଙ୍କ ପାଖରେ ଉତ୍ତରଦାୟୀ । ସେମାନେ ମନ୍ତ୍ରୀଙ୍କ ନିର୍ଦ୍ଦେଶ ମାନିବାକୁ ବାଧ୍ୟ । ଯଦି ଅମଲାମାନେ ମନ୍ତ୍ରୀଙ୍କ କଥା ନ ମାନିବେ, ତେବେ ଗଣତନ୍ତ୍ରରେ ଲୋକଙ୍କ ପାଖରେ ଲୋକପ୍ରତିନିଧିଙ୍କ ଉତ୍ତରଦାୟିତ୍ବ ରହିବନାହିଁ । କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ଲେଫ୍ଟନାଣ୍ଟ ଗଭର୍ଣ୍ଣର କାର୍ଯ୍ୟ କରିବା ଅର୍ଥ ନୁହେଁ, ଦିଲ୍ଲୀର ନିର୍ବାଚିତ ସରକାର ହାତରେ କ୍ଷମତା ରହିବ ନାହିଁ ।

LEAVE A REPLY

Please enter your comment!
Please enter your name here