ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବା ଦୌଡ଼ରାଣୀ ଦୂତି ଚାନ୍ଦ ଶୁକ୍ରବାର ସନ୍ଧ୍ୟାରେ ଓଡିଶା ଫେରିଛନ୍ତି । ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ ପ୍ରତିଯୋଗତିାରେ ରୌପ୍ୟ ପଦକ ଜିତିଥିବା ଦୂତି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ଓଡିଶା ମାଟିରେ ପହଞ୍ଚିବା ପରେ ଦୂତି ନିଜର ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡିଶାବାସୀଙ୍କ ଭଲ ପାଇବା ଯୋଗୁଁ ସେ ୨ଟି ପଦକ ଜିତି ଏଭଳି ସଫଳତା ସାଉଁଟିଛନ୍ତି ବୋଲି କହିଛନ୍ତି ଦୂତି । ବିମାନବନ୍ଦରରୁ ସିଧାସଳଖ ସଚିବାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଦୂତି । ମୁଖ୍ୟମନ୍ତ୍ରୀ ଉଭୟ ଦୂତି ଚାନ୍ଦ ଓ ତାଙ୍କ କୋଚଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟମନ୍ତ୍ରୀ ଦୂତିଙ୍କୁ ୩ କୋଟି ଟଙ୍କାର ଚେକ ମଧ୍ୟ ପ୍ରଦାକ କରିଛନ୍ତି  । ପରେ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ କିଟ୍ ଓ କିସ୍ କ୍ୟାମ୍ପସକୁ ନିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here