ଫେବୃଆରୀ ମାସ ୨୯ ଦିନିଆ ହୋଇଥିବାବେଳେ ଏଥିମଧ୍ୟରୁ ପ୍ରାୟ ୮ଦିନ ବନ୍ଦ ରହିପାରେ ବ୍ୟାଙ୍କ । ଏଭଳି ପରିସ୍ଥିତିରେ ଆପଣଙ୍କ ଦୈନଦିନ ବ୍ୟାଙ୍କ ବନ୍ଦର ସିଧା ପ୍ରଭାବ ପଡିବାର ସମ୍ଭାବନା ରହିଛି । ଆସନ୍ତା ମାର୍ଚ୍ଚ ମାସରେ ୮ ଦିନ ଧରି ବ୍ୟାଙ୍କ କାରବାର ବନ୍ଦ ରହିବ । ମାର୍ଚ୍ଚ ୮ ତାରିଖ ରବିବାର ପଡୁଥିବାରୁ ସେଦିନ ବ୍ୟାଙ୍କ ବନ୍ଦ ରହିବ । ୯ ଓ ୧୦ରେ ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏହାପରେ ୧୧ ୧୨ ଓ ୧୩ ତାରିଖରେ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବେ ବୋଲି ଘୋଷଣା କରିଛନ୍ତି । ମାର୍ଚ୍ଚ ୧୪ରେ ଦ୍ୱିତୀୟ ଶନିବାର ଓ ୧୫ ତାରିଖ ରବିବାର ପାଇଁ ବ୍ୟାଙ୍କ କାର୍ଯ୍ୟାଳୟ ବନ୍ଦ ହେବ । ଆସନ୍ତା ମାସରେ ୮ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବାର ଆଶଙ୍କା ରହିଥିବାରୁ ଗ୍ରାହକ ମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସମ୍ଭାବିତ ଛୁଟିକୁ ନଜରରେ ରଖି ଆପଣ ଆପଣଙ୍କର ସମବସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତୁରନ୍ତ ସାରି ଦିଅନ୍ତୁ । କାହିଁକି ନାଁ ବ୍ୟାଙ୍କ ବନ୍ଦ କାରଣରୁ ନଗଦ ଟଙ୍କା ଉଠାଇବାରେ ସମସ୍ୟା ଉପୁଜିପାରେ । ବ୍ୟାଙ୍କରେ ନାଁ ଆପଣ ଟଙ୍କା ଜମା କରିପାରିବେ ନାଁ ହିଁ ଉଠାଇ ପାରିବେ । ବ୍ୟାଙ୍କ ବନ୍ଦ ଯୋଗୁଁ ଏଟିଏମରୁ ଟଙ୍କା ଉଠାଇବାରେ ମଧ୍ୟ ସମସ୍ୟା ଦେଖାଦେଇପାରେ ।

LEAVE A REPLY

Please enter your comment!
Please enter your name here