ଦୁଇବର୍ଷ ଧରି ରାଜ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ହେବ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକ ପରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏହି ସୁଚନା ଦେଇଛନ୍ତି । ଆସନ୍ତା ୨୦୨୦ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଗାନ୍ଧୀଙ୍କ ଜୟନ୍ତି ପାଳନ ଚାଲିବ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧୀଜି ସଦାସର୍ବଦା ସତ୍ୟ ଓ ଅହିଂସା ଉପରେ ଗୁରୁତ୍ୱ ଦେଉଥିଲେ ବୋଲି କହିଛନ୍ତି । ଏହାସହିତ ଓଡିଶାର ଖଦି ଉଦ୍ୟୋଗ ଗାନ୍ଧୀଜିଙ୍କୁ ପ୍ରେରଣା ଦେଇଥିଲା । ଏହି ଜୟନ୍ତୀ ସମାରୋହରେ ସମାଜର ସମସ୍ତ ବର୍ଗର ଲୋକଙ୍କୁ ସାମିଲ କରାଯିବ । ଆସନ୍ତା ଅକ୍ଟୋବର ୨ ତାରିଖରୁ ଗାନ୍ଧୀଜିଙ୍କ ୧୫୦ତମ ଜୟନ୍ତୀକୁ ସାରା ରାଜ୍ୟରେ ୨ ବର୍ଷ ଧରି ପାଳନ କରାଯିବ । ଏଥିପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୫ଟି ଉପକମିଟି ଗଠିତ ହୋଇଛି ।
ଅନ୍ୟପଟେ ରାଜ୍ୟସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀ କଂଗ୍ରେସ ସ୍ୱାଗତ କରିଛି । ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ପାଇଁ ଏହା ପ୍ରଥମ କମିଟି ବୈଠକ । ଏହି ସର୍ବଦଳୀୟ ବୈଠକ ପାଇଁ ବିରୋଧୀଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ବାର୍ଦ୍ଧକ୍ୟ ଭତ୍ତା ହଜାର ଟଙ୍କା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ବୈଠକରେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here