ପ୍ରଧାନମନ୍ତ୍ରୀଙ୍କର ପଞ୍ଜାବ ଗସ୍ତବେଳେ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କମିଟିର ମୁଖ୍ୟ ରହିବେ । ଏହି କମିଟିରେ ଚଣ୍ଡିଗଡର ଡିଜିପି, ଏନଆଇଏର ଆଇଜି ମଧ୍ୟ ରହିବେ । ଗୁଇନ୍ଦା ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ବି କମିଟି ସଦସ୍ୟ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କର ପଞ୍ଜାବ ଗସ୍ତବେଳେ ସୁରକ୍ଷାରେ ତ୍ରୁଟି ପାଇଁ ପଞ୍ଜାବ ଡିଜିପିଙ୍କୁ ଦାୟୀ କରିଛନ୍ତି କେନ୍ଦ୍ର ସରକାର । ଗୁଇନ୍ଦା ବିଭାଗକୁ ମଧ୍ୟ ଦାୟୀ କରାଯାଇଛି । ସୁପ୍ରିମକୋର୍ଟରେ ଆଜି ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତୁଷାର ମେହେଟ୍ଟା କହିଛନ୍ତି ଯେ, ରାସ୍ତାରେ ଚାଷୀଙ୍କ ଆନ୍ଦୋଳନ ନେଇ ଏସପିକୁ ପଞ୍ଜାବ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା । ଏଥିପାଇଁ ଡିଜିପିଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା । କିନ୍ତୁ କୌଣସି ପଦକ୍ଷେପ ନିଆଯାଇନାହିଁ । ପଞ୍ଜାବ ସରକାର କହିଛନ୍ତି , ଯେ ଏନେଇ ରାଜ୍ୟର ପୋଲିସ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ତଦନ୍ତ ପାଇଁ ଏକ ନିରପେକ୍ଷ କମିଟି ଗଠନ କରିବା ପାଇଁ ଅନୁରୋଧ କରିଛନ୍ତି ପଞ୍ଜାବ ସରକାର । ସୁପ୍ରିମକୋର୍ଟ କହିଛନ୍ତି ଯେ, ମୋଦିଙ୍କର ଗସ୍ତବେଳେ ସୁରକ୍ଷାରେ ତ୍ରୁଟି ହୋଇଥିବା ପଞ୍ଜାବ ସରକାର ମଧ୍ୟ ସ୍ୱିକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here