ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ବାଗୁଳି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି । ତାଙ୍କର ବାରିପଦାରେ ଥିବା ବାସଭବନ, ଶ୍ୱଶୁର ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ରଘୁନାଥପୁର ଠାରେ ଥିବା ୨ଟି ଘର, ୭ଟି ପ୍ଲଟ୍‌, ୨ଟି ବାଇକ୍, କାର ସହ ସମସ୍ତ ବ୍ୟାଙ୍କ୍ ପାସ୍‌ବୁକ୍‌ ଓ ବ୍ୟାଙ୍କ ଲକର ଜବତ କରିଥିବା ଜଣାପଡିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ମୋଟ ସମ୍ପତ୍ତି ଆକଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here