ଜାନୁୟାରୀ 8 ଓ 9 ତାରିଖ ଏହି ଦୁଇ ଦିନ ପର୍ଯ୍ୟନ୍ତ 12 ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ୍‌, ସ୍ୱାଧୀନ ଫେଡେରେସନ୍‌ ଓ ଆସୋସିଏସନ ସହ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି. ତେବେ ଏହି ଧର୍ମଘଟକୁ ଅଣବିଜେପି ରାଜନୈତିକ ଦଳ ସମର୍ଥନ କରିଛନ୍ତି. କେନ୍ଦ୍ର ସରକାର କରିଥିବା ବିମୂଦ୍ରିକରଣ ଓ ଲାଗୁ କରିଥିବା ଜିଏସଟିକୁ ବିରୋଧ କରି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି. ଅନ୍ୟପଟେ ଏହି ବନ୍ଦ ଡାକରା ଫଳରେ ସାଧାରଣ ଲୋକଙ୍କ ଉପରେ ଏହା ବେଶିମାତ୍ରାରେ ପ୍ରଭାବ ପକାଇବା ବୋଲି ଆଶଙ୍କା କରାଯାଉଛି. ଏହି ବନ୍ଦ ପାଇଁ ସମସ୍ତ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି. ଏହାଛଡା ବିଭିନ୍ନ ଅନୁଷ୍ଠାନରେ 8 ଓ 9 ତାରିଖରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ମଧ୍ୟ ବାତିଲ୍ କରି ଦିଆଯାଇଛି. ପ୍ରାୟ 10ଟି ସଂଗଠନ ଏହାକୁ ସମର୍ଥନ କରୁଥିବା ବେଳେ ଏହି ବନ୍ଦ ଡାକରାରେ ପ୍ରାୟ 20 କୋଟି ଶ୍ରମିକ ସାମିଲ ହେବେ ବୋଲି ସୂଚନା ଦିଆଯାଇଛି. ମଙ୍ଗଳବାର ସକାଳ 6.45 ରୁ ଏହି ବନ୍ଦ ଡାକରା ଆରମ୍ଭ କରାଯାଇଛି. ରାଜରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି. କେନ୍ଦ୍ର ସରକାରଙ୍କ ଆର୍ଥିକ ମାରଣ ନୀତି, ଶ୍ରମିକ ମାରଣ ନୀତି, ଦରଦାମ ବୃଦ୍ଧି, କର୍ପୋରେଟ୍‌ ସ୍ୱାର୍ଥରେ ଶ୍ରମ ଆଇନ ସଂଶୋଧନ, ଟ୍ରେଡ୍‌ ୟୁନିଅନ ସ୍ୱାଧୀନତା ଉପରେ ଆକ୍ରମଣ, ରାଷ୍ଟ୍ରାୟତ୍ତ ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର ବନ୍ଦ କରିବା, ବ୍ୟାଙ୍କ୍‌ଗୁଡ଼ିକୁ ମିଶ୍ରଣ କରିବା ଓ ଘରୋଇକରଣକୁ ବିରୋଧ କରିବା, ବିଭିନ୍ନ ଯୋଜନାରେ କାର୍ଯ୍ୟରତ ଶ୍ରମିକଙ୍କୁ ଶ୍ରମିକର ମାନ୍ୟତା ଦେବା, ସର୍ବନିମ୍ନ ମଜୁରୀ ମାସିକ 18 ହଜାର ଦେବା ସର୍ବନିମ୍ନ ପେନ୍‌ସନ୍‌ ମାସିକ 6  ହଜାର ଦେବା, ବେକାରି ସମସ୍ୟା ଦୂର କରିବା, ଓ ସମସ୍ତ ଶ୍ରେଣୀର ଶ୍ରମିକଙ୍କୁ ସୁରକ୍ଷା ପ୍ରଦାନ କରିବା ପ୍ରଭୃତି 12 ଦଫା ଦାବିରେ ଏହି ଧର୍ମଘଟ କରାଯାଇଛି. ଏହି ଧର୍ମଘଟ ପ୍ରଭାବ ବିଶେଷ ଭାବେ ବ୍ୟାକିଂ ସେକ୍ଟର ଉପରେ ପଡିବ ବୋଲି ଆଶଙ୍କା କରାଯାଉଛି. କାରଣ ଏହି ଦୁଇ ଦିନ ଧର୍ମଘଟ କରାଗଲେ ବ୍ୟାଙ୍କରେ ପ୍ରତିଦିନ ହେଉଥିବା କ୍ୟାସ୍ ଟ୍ରାନାଜକ୍ସନ ଉପରେ ପ୍ରଭାବ ପଡିବ ଏବଂ ବ୍ୟବସାୟୀମାନେ ଏହା ଦ୍ୱାରା ବେଶି ମାତ୍ରାରେ ପ୍ରଭାବିତ ହେବେ. କହିବାକୁ ଗଲେ, ଦେଶର ଅର୍ଥନୀତି ଉପରେ ଏହା ପ୍ରଭାବ ପକାଇବ.ଅନ୍ୟପଟେ ବିଭିନ୍ନ ଦୁର୍ଘଟଣାକୁ ଦୃଷ୍ଟିରେ ରଖି 25 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି.

LEAVE A REPLY

Please enter your comment!
Please enter your name here