ମାଲଦୀପକୁ ସେନା ପ୍ରତ୍ୟାହାର କରିବାକୁ ଭାରତ ସରକାରଙ୍କୁ କହିଲେ ମାଲଦୀପର ନବନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ମାଲଦୀପ ସଂପୂର୍ଣ୍ଣ ସ୍ବାଧୀନ ରହିବାକୁ ଚାହେଁ, ତେଣୁ ମାଲଦୀପରେ ଭାରତୀୟ ସେନା ରହିବାର ଆବଶ୍ୟକ ନାହିଁ ବୋଲି କହିଛନ୍ତି ମାଲଦୀପର ନବନିର୍ବାଚିତ ରାଷ୍ଟ୍ରପତି । ସେ କହିଛନ୍ତି, ତାଙ୍କ ଦେଶରୁ ଭାରତୀୟ ସେନା ହଟାଇବା ଅର୍ଥ ନୁହେଁ, ସେ ଚୀନ ଅବା ଅନ୍ୟ କୌଣସି ରାଷ୍ଟ୍ରରୁ ସେନା ମୁତୟନ ପାଇଁ ଅନୁମତି ଦେବେ । ମାଲଦୀପରେ ଭାରତୀୟ ସେନା ମୁତୟନ ପାଇଁ ସେ ନିର୍ବାଚନ ସମୟରେ ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ସୋଲିଙ୍କୁ ଦାୟୀ କରିଥିଲେ । ଭାରତୀୟ ସେନାଙ୍କୁ ଅନୁମତି ଦେଇ ଇବ୍ରାହିମ ସୋଲି ଦେଶର ସାର୍ବଭୌମତ୍ବ ସହ ସାଲିସ କରିଥିଲେ ବୋଲି ସେ ଆକ୍ଷେପ କରିଥିଲେ । ଉଭୟ ଚୀନ ଓ ଭାରତ ତାଙ୍କ ଦେଶ ଉପରେ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛନ୍ତି । ମାଲଦୀପ ସ୍ବାଧୀନ ରହିବାକୁ ଚାହେଁ ଏବଂ ସମସ୍ତ ରାଷ୍ଟ୍ର ସହ ଉତ୍ତମ ସଂପର୍କ ରଖି ଦେଶର ବିକାଶ କରିବାକୁ ଚାହେଁ ବୋଲି ମୁଇଜୁ କହିଛନ୍ତି । ଦୀର୍ଘବର୍ଷ ଧରି ଭାରତ ପକ୍ଷରୁ ସେଠାରେ ରାଡାର ଷ୍ଟେସନ ପ୍ରତିଷ୍ଠା କରାଯିବା ସହ ଭାରତୀୟ ସାଗରରେ ଯୁଦ୍ଧ ଜାହଜ ପାଟ୍ରୋଲିଂ କରିଆସୁଛି ।
ମାଲଦୀପର ଅର୍ଥନୀତି ସୁଧାରିବା ପାଇଁ 2018ରେ ଭାରତ 1.4 ବିଲିଅନ ଡଲାରର ଆ୍ଥିକ ସହାୟତା ଯୋଗାଇଥିଲା । 2020ରେ 500 ନିୟୁତ ଡଲାର ରାସ୍ତା ନିର୍ମାଣ ଏବଂ ଅନ୍ୟ ସାମୁଦ୍ରିକ ଦ୍ବୀପକୁ ସଂଯୋଗୀକରଣ ସେତୁ ନିର୍ମାଣ ପାଇଁ ଆର୍ଥିକ ସହାୟତା ଦେଇଥିଲା । ପାଞ୍ଚଲକ୍ଷ ଜନସଂଖ୍ୟା ବିଶିଷ୍ଟ ମାଲଦ୍ବୀପ ଭାରତୀୟ ସାଗର ଅନ୍ତର୍ଗତ ଏବଂ ଏଖ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ମାଲଦୀପକୁ ଆସିଥାନ୍ତି ।

LEAVE A REPLY

Please enter your comment!
Please enter your name here