ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦୁଇଦିନିଆ ଗସ୍ତରେ ସିଙ୍ଗାପୁରରେ ପହଁଚିଛନ୍ତି । ସେଠାରେ ସେ ପ୍ରଥମେ ସିଙ୍ଗାପୁର ଫିନଟେକ୍ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ କ୍ଷତ୍ରୀୟ ଏବଂ ଆର୍ଥିକ ସମର୍ଥନର ନେତାଙ୍କ ସହ ଆଲୋଚନା କରିଛନ୍ତି । ଫିନଟେକ୍ ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଧାର ଏବଂ ମୋବାଇଲ ସାହାଯ୍ୟରେ ଭାରତ ଜନଧନ ଯୋଜନା ଆରମ୍ଭ କରିଥିଲା । ତିନିବର୍ଷରେ ଦେଶରେ ୩୩୦ ମିଲିୟନ ନୂଆ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି । ୨୦୧୪ରେ ଦେଶର ଅନେକ ଲୋକଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ନଥିଲା । ବର୍ତମାନ ସେମାନେ ଡିଜିଟାଲ ନେଣଦେଣ କରୁଛନ୍ତି । ଜନତାଙ୍କ ପାଇଁ ଭୀମ ଆପ୍ ପେମେଣ୍ଟ କରିବାର ଅତି ସହଜ ମାଧ୍ୟମ ପାଲଟିଛି । ସେ ଆହୁରି କହିଛନ୍ତି ଯେ, ଫିନଟେକ୍ ଫେଷ୍ଟିଭାଲ ବିଶ୍ୱାସର ଉତ୍ସବ । ଦୁଇ ଦେଶର ସମ୍ପର୍କ ଆହୁରି ସୁଦୃଢ ହେବ । ଭାରତରେ ମଧ୍ୟ ଫିନଟେକ୍ ଏବଂ ଏଂଟରପ୍ରାଇଜ ଅତି ପ୍ରସିଦ୍ଧି ଲାଭ କରିଛି । ସେଥିରେ ଭାରତ ବିଶ୍ୱର ସବୁଟାରୁ ଦ୍ରୁତଗାମୀ ଷ୍ଟାଟଅପ ଦେଶ ମଧ୍ୟରୁ ଅନ୍ୟତମ । ଫିନଟେକ୍ ଏବଂ ଶିଳ୍ପ ୪.୦ର ଭବିଷ୍ୟତ ଭାରତ ପାଇଁ ବହୁତ ଭଲ । ଏଠାରେ ପ୍ରଧାନମନ୍ତ୍ରୀ ମୋଦୀ ଅନଲାଇନ ଗ୍ଲୋବାଲ ଫିନଟେକ୍ ମାର୍କିଟପ୍ଲେସକୁ ଲଂଚ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here