ତାମିଲନାଡୁ କୁନ୍ନୁରରେ କ୍ରାସ ହୋଇଥିବା ବାୟୁସେନା ହେଲିକପ୍ଟରରେ ଥିଲେ ଜଣେ ଓଡିଆ ଯବାନ । ସହିଦ ଓଡିଆ ଯବାନଙ୍କ ନାଁ ରାଣା ପ୍ରତାପ ଦାସ । ତାଙ୍କ ଘର ତାଳଚେରରେ । ଜୁନିଅର ୱାରେଣ୍ଟ ଅଫିସର ରାଣା ପ୍ରତାପଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଭିଣୋଇ ସୂଚନା ଦେଇଛନ୍ତି । ଗତକାଲି ଅପରାହ୍ନରେ ତାମିଲନାଡୁ କୁନ୍ନୁରରେ ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ୪ ଜଣ ବାୟୁସେନା ଅଧିକାରୀ ଏବଂ ୭ ଜଣ ସ୍ଥଳସେନା ଅଧିକାରୀ ଥିଲେ ।

LEAVE A REPLY

Please enter your comment!
Please enter your name here