ସମୁଦ୍ର ଭିତରେ ଦୁର୍ବଳ ହେଉଛି ଭୀଷଣ ସାମୁଦ୍ରିକ ବାତ୍ୟା ଅସାନି । ଆଜି ସକାଳେ ଏହା ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇସାରିଛି । ଆସନ୍ତାକାଲି ଅବପାତରେ ପରିଣତ ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ଏହା ଆନ୍ଧ୍ରର ମଛଲିପାଟନମ ଠାରୁ ୪୦ କିଲୋମିଟର ଦୂରରେ ଅଛି । ସେହିପରି କାକିନଡା ଠାରୁ ୧୫୦ କିଲୋମିଟର ଦୂରରେ ରହିଛି ବାତ୍ୟା । ଗୋପାଳପୁର ଠାରୁ ଦକ୍ଷିଣ , ଦକ୍ଷିଣ-ପଶ୍ଚିମ ଦିଗରେ ୫୦୦ କିଲୋମିଟର ଦୂରରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏବଂ ପୁରୀ ଠାରୁ ୬୪୦ କିଲୋମିଟର ଦୂରତାରେ କେନ୍ଦ୍ରୀଭୁତ ହୋଇଛି । ଏହା ବର୍ତ୍ତମାନ ଗତ ୬ ଘଣ୍ଟା ଧରି ୬ କିଲୋମିଟର ବେଗରେ ଆଗକୁ ବଢୁଛି । ଅସାନି ଆନ୍ଧ୍ରପ୍ରଦେଶର ନର୍ସାପୁର, ୟନମ, କାକିନଡା, ଟୁନି, ବିଶାଖାପାଟନମ ଦେଇ ମଧ୍ୟାହ୍ନ ଠାରୁ ସ୍ଥଳଭାଗ ଦେଇ ଗତି କରିବ । ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ଗୋପାଳପୁରରେ ୩ ନମ୍ବର ଅନ୍ୟ ସମସ୍ତ ବନ୍ଦରରେ ୨ନମ୍ବର ବିପଦ ସଙ୍କେତ ବଳବତ୍ତର ରହିଛି

LEAVE A REPLY

Please enter your comment!
Please enter your name here