ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀର ଶେଷ ଦିନ । ଶ୍ରୀମନ୍ଦିରରେ ରାଜ ରାଜେଶ୍ୱର ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଭୋରରୁ ଭକ୍ତଙ୍କ ଭିଡ ଜମିଥିଲା । ସଅଳ ନୀତି ଯୋଗୁ ସୁନା ବେଶରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ତେବେ ଆଜି ଚନ୍ଦ୍ର ଗ୍ରହଣ ଥିବାରୁ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତି କରାଯାଉଛି । ରାତି ୧୨ଟା ୧୫ରେ ଦ୍ୱାର ଫିଟାଯାଇ ମଙ୍ଗଳ ଆଳତୀ, ଅବକାଶ ଆଦି ନୀତି ପରେ ବିଳମ୍ବିତ ରାତି ଅର୍ଥାତ ୨ଟା ୫୦ରେ ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ ସମ୍ପନ୍ନ କରାଯାଇଥିଲା । ଏବେ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ।

LEAVE A REPLY

Please enter your comment!
Please enter your name here