ଧାବିକା ଦୂତୀ ଚାନ୍ଦଙ୍କ ନାଁରେ ଅପମାନଜନକ ଖବର ପ୍ରସାରଣ କରିଥିବା ଅଭିଯୋଗରେ ଓ୍ବେବ ଚ୍ୟାନେଲ ଫୋକସ୍ ପ୍ଲସର ସାମ୍ବାଦିକଙ୍କୁ ପୋଲିସ ଉଠାଇ ନେଇଛି । ଝାରପଡା ସ୍ଥିତ ଫୋକସ ପ୍ଲସ ଅଫିସରେ ମହିଳା ଥାନା ପୋଲିସ ପହଞ୍ଚି ଏହି ଚ୍ୟାନେଲର ସଂପାଦକ ସୁଧାଂଶୁ ରାଉତଙ୍କୁ ଉଠାଇ ନେଇଛି । ପୂର୍ବରୁ ଏହି ଓ୍ବେବ ଚ୍ୟାନେଲ ଧାବିକା ଦୂତୀ ଚାନ୍ଦଙ୍କ ବିରୋଧରେ ଅପମାନଜନକ ଖବର ପ୍ରସାରଣ କରିଥିବା ନେଇ ଦୂତୀ ଅଭିଯୋଗ କରିଥିଲେ । ଟୋକିଓ ଅଲିମ୍ପିକରେ ଦୂତୀ ଚାନ୍ଦ ବିଫଳ ହେବା ପରେ ଏହି ଚ୍ୟାନେଲର ସାମ୍ବାଦିକ ଦୂତୀଙ୍କ ବାପା ମାଆଙ୍କ ସାକ୍ଷାତକାର ପ୍ରସାରଣ ସହ ଦୂତୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ପ୍ରସାରଣ କରିଥିଲେ । ‘ଦୂତୀ ଚାନ୍ଦଙ୍କୁ ବାପା ମା ନୁହେଁ, ସେକ୍ସ ଦରକାର’ ନାଁରେ ସୋସିଆଲ ମିଡିଆରେ ଏହି ଚ୍ୟାନେଲ ଖବର ପ୍ରସାରଣ କରିଥିଲା । ଏହି ଚ୍ୟାନେଲ ବିରୋଧରେ ଦୂତୀ ଚାନ୍ଦ ଅଶାଳିନ ମନ୍ତବ୍ୟ ଦେବା, ଖବର ନାଁ ରେ ବ୍ଲାକମେଲିଂ କରିବା ଏବଂ ହାରାସମେଣ୍ଟ କରିବା ଭଳି ଅଭିଯୋଗ କରିବା ସହ ପାଞ୍ଚକୋଟି ଟଙ୍କାର ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି । ଗତକାଲି ସାମ୍ବାଦିକ ସମ୍ମିଳନୀ କରି ଦୂତୀ ଚାନ୍ଦ କହିଥିଲେ, ସେ ଓଡିଶାର ଗୌରବ ପାଇଁ ଖେଳୁଛନ୍ତି । ଯଦି ତାଙ୍କୁ ନ୍ୟାୟ ନ ମିଳେ, ତେବେ ସେ ଓଡିଶା ଛାଡିଦେବେ । ଅନ୍ୟପକ୍ଷରେ ସାମ୍ବାଦିକ ସୁଧାଂଶୁ ଶେଖର ରାଉତ ଦୂତୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here