ପାରାଦୀପ ନିକଟରେ ପ୍ରସ୍ତାବିତ ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ରଣକ୍ଷେତ୍ର ପାଲଟିଛି ଢିଙ୍କିଆ ଗାଁ । ଢିଙ୍କିଆ-ପାଟଣା ମଝିରେ ପୋଲିସ ଏବଂ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ପରସ୍ପର ପରସ୍ପରକୁ ଢେଲା ପଥର ମାଡ କରିଛନ୍ତି । ଢିଙ୍କିଆ ଗାଁ ଭିତରେ ପଶି ପୋଲିସ ଲୋକମାନଙ୍କୁ ପିଟିଥିବା ଅଭିଯୋଗ ହେଉଛି । ୫-୬ ଜଣଙ୍କୁ ପିଟିବା ସହିତ ଜେଏସଡବ୍ଲୁ ବିରୋଧୀ ଆନ୍ଦୋଳନର ନେତା ଦେବେନ୍ଦ୍ର ସ୍ୱାଇଁଙ୍କ ଦାଦା ଓ ଭଉଣୀଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ଗାଁରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ନବଗଠିତ ରାଜସ୍ୱ ଗ୍ରାମ ମାହାଳର ସୀମା ନିର୍ଦ୍ଧାରଣ ପାଇଁ ପ୍ରଶାସନ ଆଜି ପହଁଞ୍ଚିବା ପରେ ଲୋକେ ବିରୋଧ ପାଇଁ ବାଲି ଟିକିରାରେ ପହଁଞ୍ଚିଥିଲେ । ଏଥିରେ ଶହ ଶହ ମହିଳା ଓ ପୁରୁଷଙ୍କ ସମେତ ଛୋଟ ଛୋଟ ସ୍କୁଲ ପିଲା ମଧ୍ୟ ସାମିଲ ହୋଇଥିଲେ । ଗତ ଡିସେମ୍ବର ୧ ତାରିଖରେ ମାପଚୁପ ପାଇଁ ଯାଇଥିବା ପ୍ରଶାସନ ଅଧାରୁ ଫେରିଥିଲା ।

LEAVE A REPLY

Please enter your comment!
Please enter your name here