ବିଧାୟକଙ୍କ ଏହି ଫଟୋ ଭାଇରାଲ ହେବା ପରେ ସଫେଇ ଦେଇଛନ୍ତି ବିହାର ବିଧାୟକ ଗୋପାଳ ମଣ୍ଡଳ । ସେ କହିଛନ୍ତି ମୋ ପେଟ ଖରାପ ଥିଲା , ପାଇଖାନା ଯିବାର ଥିଲା । ସେଥିପାଇଁ ଏମିତି ଅବସ୍ଥାରେ ମୁଁ ଥିଲି । ଦର୍ଶକବନ୍ଧୁ , ପୁରା ଘଟଣା ହେଉଛି , ଗୁରୁବାର ସନ୍ଧ୍ୟାରେ ପାଟଣା ଓ ଦୀନ ଦୟାଲ ଉପାଧ୍ୟାୟ ରେଲୱେ ଷ୍ଟେସନ ମଧ୍ୟରେ ପ୍ରଥମ ଶ୍ରେଣୀ ଏସି ବଗିରେ ଚଡି, ଗଞ୍ଜି ପିନ୍ଧି ଟ୍ରେନରେ ବୁଲୁଥିଲେ ବିଧାୟକ ମହାଶୟ । ଯାହାକୁ ନେଇ ଅଭିଯୋଗ କରିଥିଲେ ଅନ୍ୟ ଯାତ୍ରୀ । ପାଟଣା ତେଜସ୍ ଟ୍ରେନରେ ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି ହେବା ସହ ମାରପିଟ୍ ଯାଏଁ କଥା ଯାଇଥିଲା । ଶେଷରେ ଆରପିଏଫ୍ ଓ ଟ୍ରେନ୍ କର୍ମଚାରୀଙ୍କ ହସ୍ତକ୍ଷେପ ପରେ ସ୍ଥିତି ଶାନ୍ତ ପଡ଼ିଥିଲା । ତେବେ ଏଭଳି ଆଚରଣକୁ ସବୁଠି ନିନ୍ଦା କରାଯାଉଛି । ବିଧାୟକଙ୍କୁ ଏନେଇ ପଚରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here