ଦୃଷ୍ଟିହୀନ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଝାରସୁଗୁଡା ଜିଲ୍ଲା ପୋକ୍ସୋ କୋର୍ଟର ଅତିରିକ୍ତ ବିଚାରପତି ୧୦୦ ଦିନ ଭିତରେ ରାୟ ଦେଇ ଦୋଷୀ ଗିରିଧାରୀ ନାଏକକୁ ଆଜୀବନ କାରାଦଣ୍ଡ ଦଣ୍ଡିତ କରିଛନ୍ତି। ୨୭ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ଏହି ରାୟ ଦିଆଯାଇଛି। ପିଡିତାଙ୍କୁ ୧୦.୫ ଲକ୍ଷ ଟଙ୍କା କ୍ଷତିପୁରଣ ମଧ୍ୟ ଦେବାକୁ ନିର୍ଦ୍ଦେଶ ମିଳିଛି। ମେ ୨ ତାରିଖରେ ରେଙ୍ଗାଲି ଥାନା ଅଞ୍ଚଳରେ ଘଟିଥିଲା ଏହି ଲୋମହର୍ଷଣକାରୀ ଦୁଷ୍କର୍ମ ଘଟଣା । ମା ଛେଉଣ୍ଡ ଜଣେ ଦୃଷ୍ଟିହୀନ ନାବାଳିକା ପଡିଶା ଘରେ ଟେଲିଭିଜନ ଶୁଣିବାକୁ ଯାଇଥିବା ବେଳେ ଦୁଷ୍କର୍ମ କରିଥିଲା ଗିରିଧାରୀ ନାଏକ । ଏନେଇ ଥାନାରେ ଏତଲା ପରେ ଗିରିଧାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ ।














