ଭୁବନେଶ୍ୱରସ୍ଥିତ ବାରଙ୍ଗର ରତାଗଡଠାରେ ହେବ କ୍ୟାନସର ହସ୍ପିଟାଲ. ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଛନ୍ତି. ଟାଟା ଟ୍ରଷ୍ଟ ସହାୟତାରେ ଏହି ହସ୍ପିଟାଲ ନିର୍ମାଣ ହେବ ବୋଲି ସୂଚନା ମିଳିଛି. ମୁଖ୍ୟମନ୍ତ୍ରୀଙ୍କ ସମେତ ଏହି କାର୍ଯ୍ୟକ୍ରମରେ ଟାଟା ଟ୍ରଷ୍ଟର ଚେୟାରମ୍ୟାନ ରତନ ଟାଟା, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଭତୃହରି ମହତାବ ଓ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ. ଏହି ହସ୍ପିଟାଲ ନିର୍ମାଣ ହେବା ଫଳରେ ଲୋକଙ୍କୁ କ୍ୟାନସର ଚିକିତ୍ସା ପାଇଁ ସୁବିଧା ହେବ ଏବଂ ଏଥିପାଇଁ ସେମାନଙ୍କୁ ଅଳ୍ପ ଖର୍ଚ୍ଚ ମଧ୍ୟ କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି. ଏନେଇ ରାଜ୍ୟ ସରକାର 25 ଏକର ଜମି ଯୋଗାଇ ଦେବେ. 500 ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ପରିଚାଳନା କରିବାର ଦାୟିତ୍ୱ ଟାଟା ଟ୍ରଷ୍ଟ ପାଖରେ ରହିବ ଯେଉଁଥିରେ ରୋଗୀଙ୍କୁ ଅନକୋ ମେଡିସିନ, ସର୍ଜିକାଲ ଅନୋକଲୋଜି, ରେଡିଏସନ ଥେରାପି ଓ କେମୋ ଥେରାପି ଭଳି ଚିକିତ୍ସାର ସମସ୍ତ ପ୍ରକାର ସୁବିଧା ଦିଆଯିବ.

LEAVE A REPLY

Please enter your comment!
Please enter your name here