ଆଜି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ରାଷ୍ଟ୍ରାୟତ ବ୍ୟାଙ୍କ ଅଫିସର ସଂଘ ଏହି ବନ୍ଦ ଡାକରା ଦେଇଛି । ବେତନ ସଂଶୋଧନ ଓ ସରକାରୀ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ଧର୍ମଘଟ କରାଯାଉଛି । କେବଳ ସୋମବାରକୁ ବାଦ୍‌ ଦେଲେ ୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ । ଏଥିପାଇଁ ବ୍ୟାଙ୍କ ସେବା ପ୍ରଭାବତି ହେବାକୁ ଥିବାବେଳେ ଏଟିଏମରେ ଟଙ୍କା ସଙ୍କଟ ଦେଖାଯିବାର ସମ୍ଭାବନା ରହିଛି ।
୨୪ ତାରିଖ ଦିନ ବ୍ୟାଙ୍କ ଖୋଲା ରହିବ । ପୁଣି ଥରେ ୨୫ ତାରିଖ ବଡଦିନ (ମଙ୍ଗଳବାର) ଓ ୨୬ ତାରିଖ (ବୁଧବାର) ଦିନ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ ବନ୍ଦ ଡାକରା ଦେଇଛି । ତେଣୁ ଗୋଟିଏ ଦିନକୁ ଛାଡ଼ି ୫ ଦିନ ବ୍ୟାଙ୍କ୍‌ ବନ୍ଦ ରହିବ । ଦୀର୍ଘଦିନ ଧରି ବ୍ୟାଙ୍କଗୁଡିକ ବନ୍ଦ ରହୁଥିବାରୁ ବ୍ୟାଙ୍କ ସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here