ନୂଆ ରୁପ ପାଇବ ଏମଏଲଏ କଲୋନି । ଭଙ୍ଗା ହେବ ବିଧାୟକଙ୍କ କ୍ୱାଟର୍ସ । ପ୍ରଥମ ପର୍ଯ୍ୟାୟରେ ବିଧାନସଭା ସାମ୍ନାରେ ଥିବା ୪୨ଟି କ୍ୱାଟରକୁ ଭଙ୍ଗାଯିବ । ସେହି ଯାଗାରେ ତିଆରି ହେବ ୧୦ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ । ୧୫୦ ବିଧାୟକଙ୍କ ପାଇଁ କ୍ୱାଟର୍ସ ନିର୍ମାଣ ହେବ । ପ୍ରତ୍ୟେକ ବିଧାୟକଙ୍କୁ ୭ଟି ରୁମ୍ ବିଶିଷ୍ଟ କ୍ୱାଟର୍ସ ଦିଆଯିବ । ଆପାର୍ଟମେଣ୍ଟରେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ । ପାର୍କ , ଜିମ୍ , ମଲ୍ଟି ପାର୍କିଂ , ସ୍ୱିମିଂ ପୁଲ ରହିବ । ବର୍ତ୍ତମାନ ସୁଦ୍ଧା ୨୪ ଜଣ ପୂର୍ବତନ ବିଧାୟକ କ୍ୱାଟର ଖାଲି କରୁଥିବାବେଳେ ବାକି ଅନ୍ୟ ପୂର୍ବତନ ବିଧାୟକ ତୁରନ୍ତ କ୍ୱଟର୍ସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଆସନ୍ତା ବର୍ଷକ ଭିତରେ ନୂଆ ଏମଏଲଏ କଲୋନୀ ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡିଲେ ଆଉ ୬ମାସ ସମୟ ଦିଆଯିବ ।

LEAVE A REPLY

Please enter your comment!
Please enter your name here