ଦେଶରେ ବଢିବାରେ ଲାଗିଛି ଓମିକ୍ରନ ଭାରିଆଣ୍ଟ । ଦିଲ୍ଲୀରୁ ଜଣେ ଓମିକ୍ରନ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ତାଞ୍ଜାନିଆରୁ ଆସିଥିବା ଯାତ୍ରୀଙ୍କ ନିକଟରୁ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଛି । ଆକ୍ରାନ୍ତଙ୍କୁ ଦିଲ୍ଲୀ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି । ୧୨ ଜଣ ଯାତ୍ରୀଙ୍କର ନମୂନା ଜିନୋମ ସିକ୍ୱେସିଂ ପାଇଁ ପଠାଯାଇଥିଲା । ଏମାନଙ୍କ ମଧ୍ୟରୁ ଜଣଙ୍କ ଦେହରେ ଓମିକ୍ରନ ଭୂତାଣୁ ଥିବାବେଳେ ଅନ୍ୟ ୧୧ ଜଣଙ୍କ ଦେହରେ ସାମାନ୍ୟ କରୋନା ଲକ୍ଷଣ ରହିଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି । ଏହାକୁ ମିଶାଇ ଦେଶରେ ଓମିକ୍ରନ ସଙ୍କ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ପ୍ରଥମେ କର୍ଣ୍ଣାଟକରୁ ୨ ଜଣଙ୍କ ନିକଟରେ ଓମିକ୍ରନ ଭୂତାଣୁ ଦେଖାଯାଇଥିଲା । ଏହାପରେ ମହାରାଷ୍ଟ୍ର , ଗୁଜରାଟରୁ ଜଣେ ଲେଖାଏଁ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଆଉ ଏବେ ଦିଲ୍ଲୀରୁ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here