ବନ୍ଧା ହେଲା ରସିକନାଗର । ବାଲେଶ୍ୱରରୁ ନକଲି ଡାକ୍ତର ପ୍ରଭାସକୁ ଗିରଫ କଲା ସହିଦନଗର ପୋଲିସ । ନିଜକୁ ଡାକ୍ତର କହି ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇଥିଲା ପ୍ରଭାସ । ବିବାହର ପ୍ରତିଶ୍ରୁତି ଦେଇ ଲୁଟୁଥିଲା ଲକ୍ଷଲକ୍ଷ ଟଙ୍କା । ଶିକ୍ଷାଗତା ଯୋଗ୍ୟତା ଷଷ୍ଠ । କିନ୍ତୁ ଫେସବୁକ, ଟୁଇଟର , ଇନଷ୍ଟାଗ୍ରାମ ଏବଂ ମାଟ୍ରିମୋନି ସାଇଟ ପ୍ରୋଫାଇଲରେ ଏମକେସିଜିରେ ପଢୁଥିବା ଡାକ୍ତରୀ ଛାତ୍ର ବୋଲି ଲେଖିଥିଲେ । ସୁଟ୍ , ବୁଟ୍ ପିନ୍ଧା ଏମିତି ଫଟୋ ଛାଡୁଥିଲା ଯେ କାହାର ବି ସନ୍ଦେହ ହେଉନଥିଲା । ପ୍ରାୟ ୧୦୦ ଜଣ ଯୁବତୀଙ୍କୁୁ ଚୂନ ମାରିଛି ଏହି ରସିକ ନାଗର ପ୍ରଭାସ । ମଲ ବୁଲାଇବା ନେବା ବାହାନାରେ ପର୍ସ ଏବଂ ମୋବାଇଲ ଲୁଟି ଫେରାର ହୋଇଯାଉଥିଲା । ପ୍ରଭାସ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ଠକେଇ ମାମଲା ରହିଛି । ପୂର୍ବରୁ ୩ ଥର ଗିରଫ ହୋଇ ଜେଲ ଯାଇଥିଲା । ଏବେ ସହିଦନଗର ଥାନାରେ ପୁଣି ଥରେ ଜଣେ ଯୁବତୀ ମାମଲା ରୁଜୁ କରିବା ପରେ ପ୍ରଭାସକୁ ଜେଲକୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here